ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧ… ୯ମାସର ଶିଶୁ ପାଇଁ କ୍ଷୀର ମାଗୁଥିଲେ ଭୀମ ..

ନନ୍ଦିଘୋଷ ବ୍ୟୁରୋ: କିସ୍ତଓ୍ବାଡ଼ାର କରୁଣ କାହାଣୀ । ଚାରିଆଡ଼େ କେବଳ ଧ୍ୱଂସ, ଚିତ୍କାର ଏବଂ ଭଗ୍ନାଂଶର ଗଦା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଥିଲେ, କାନ୍ଦୁଥିଲେ, ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଏବଂ ଭଗ୍ନାଂଶ ମଧ୍ୟରେ ନିଜ ପ୍ରିୟଜନଙ୍କୁ ଖୋଜିବା ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ ବିପର୍ଯ୍ୟୟ ଏବଂ ମୃତ୍ୟୁର ଏହି ଖେଳରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଲଢ଼ୁଥିଲେ । ବିପର୍ଯ୍ୟୟର ସେହି ଭୟଙ୍କର ମୁହୂର୍ତ୍ତରେ ଅନ୍ୟକୁ ବଞ୍ଚାଇବା ପାଇଁ ଦୌଡ଼ୁଥିଲେ । ଯୁବକ ଜଣକ ଗୋଟିଏ ଛୋଟ ଝିଅକୁ କୋଳରେ ଧରି ଦୌଡୁଥିଲେ । ତା ଜୀବନ ପାଇଁ ସମସ୍ତଙ୍କ ଆଗରେ ଭିକ ମାଗୁଥିଲେ । ଯୁବକଙ୍କ ପରିଚୟ ହେଉଛି ଭୀମ ସିଂହ ଠାକୁର ଯିଏ ପ୍ରକୃତରେ ମୃତ୍ୟୁ ସମ୍ମୁଖରେ ଭୀମ ପରି ଠିଆ ହୋଇଥିଲେ ।
କିସ୍ତୱାରରେ ବାଦଲ ଫଟା ବର୍ଷା ପରେ ଯେତେବେଳେ ଚାରିଆଡ଼େ ଧ୍ୱଂସଲୀଳା ହୋଇଥିଲା , ସବୁଠି କ୍ରନ୍ଦନ ଏବଂ ଭଗ୍ନାବଶେଷର ଗଦା ଥିଲା , ସେହି ସମୟରେ ଗୁଲାବଗଡ଼ ପାଡେରର ଜଣେ ସ୍ଥାନୀୟ ଯୁବକ ଭୀମ ସିଂହ ଠାକୁର ଆଗକୁ ଆସି ଲୋକମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ । ଯେତେବେଳେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବିପଦରୁ ଦୂରେଇ ଦୌଡ଼ୁଥିଲେ, ସେତେବେଳେ ସେ ଧ୍ୱଂସଲୀଳାରେ ଡେଇଁ ଲୋକଙ୍କ ଜୀବନ ବଞ୍ଚାଉଥିଲେ । ଭୀମ ବହୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଗଲେ। କିନ୍ତୁ ତାଙ୍କର ଏକ ଫଟୋ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ହାତରେ ଏକ ୯ ମାସର ଝିଅକୁ ଧରି ଦୌଡୁଥିଲେ । ସେ ଲୋକମାନଙ୍କୁ ବିଶେଷକରି ମା’ ମାନଙ୍କୁ ନିବେଦନ କରୁଥିଲେ।
କିସ୍ତୱାଡ଼ ବିପର୍ଯ୍ୟୟରେ ଏକ ଭିଡିଓ ଭାଇରାଲ ହେଉଥିଲା, ଯେଉଁଥିରେ ଜଣେ ପୁଅ ନିଜ କୋଳରେ ନଅ ମାସର ଝିଅକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ପ୍ରକୃତରେ, ଭିଡିଓରେ ଦେଖାଯାଉଥିବା ଭୀମ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସମୟରେ ସେ ଏକ ନିରୀହ ଝିଅକୁ ଦେଖିଥିଲେ। ସେ ମାତ୍ର ନଅ ମାସର ଥିଲା। ଝିଅଟି ଅଚେତ ଥିଲା, ଏପରି ଲାଗୁଥିଲା ଯେପରି ତା’ର ନିଶ୍ୱାସ ବନ୍ଦ ହୋଇଯାଇଥିଲା…ସେ ସାହସ ହରାଇ ନଥିଲେ… ନିଜ ଜୀବନର ଚିନ୍ତା ନକରି, ସେ ଝିଅଟିକୁ ନିଜ କୋଳରେ ଉଠାଇ ତାକୁ ପୁନର୍ଜୀବିତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ଲାଗିଲେ। କେବଳ ଏତିକି ନୁହେଁ , ଲୋକମାନେ ନିଜକୁ ବଞ୍ଚାଇବାରେ ବ୍ୟସ୍ତ ଥିବାବେଳେ , ଭୀମ ସେହି ମହିଳାମାନଙ୍କୁ ଏହି ନିଷ୍ପାପ ଶିଶୁକୁ କ୍ଷୀର ଖୁଆଇବା ପାଇଁ ନିବେଦନ କରି ଚାଲିଥିଲେ । ସେହି ସମୟରେ ଭୀମ ସିଂହ ଠାକୁର ଭଗବାନଙ୍କ ରୂପରେ ଆବିର୍ଭାବ ହୋଇଥିଲେ । ଆଜି ଯେତେବେଳେ ଏହି ଦୁଃଖଦ ଘଟଣା ଯୋଗୁଁ ସମଗ୍ର ଅଞ୍ଚଳ ମର୍ମାହତ, ଲୋକମାନେ କହୁଛନ୍ତି ଯେ ହୁଏତ ଭୀମ ସିଂହ ଠାକୁରଙ୍କ ପାଇଁ ” ପ୍ରକୃତ ହିରୋ ” ଶବ୍ଦଟି କମ୍ ପଡ଼ିପାରେ । ସେ ପ୍ରମାଣ କଲେ ଯେ ପ୍ରକୃତ ମାନବତା କ’ଣ ।