ବର୍ଷାରେ ଲାଗିବନ ବ୍ରେକ୍ ; ଆସୁଛି ବ୍ୟାକ୍ ଟୁ ବ୍ୟାକ ଲଘୁଚାପ

ଭୁବନେଶ୍ବର: ବର୍ଷାରେ ଲାଗିବନ ବ୍ରେକ୍ । ଆସୁଛି ବ୍ୟାକ୍ ଟୁ ବ୍ୟାକ ଲଘୁଚାପ । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଏହାର ପ୍ରଭାବ ଆହୁରି ୪ ଦିନ ଯାଏଁ ରହିବ । କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା, କନ୍ଧମାଳ ଓ ଗଂଜାମରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହାସହ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ସଂଲଗ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଏଣୁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ଏହାସହ ଅବଶିଷ୍ଟ ଓଡ଼ିଶାର ଜିଲ୍ଲା ଗୁଡିକରେ ମଧ୍ୟ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼଼ିଶା ଉପକୂଳ ଅଞ୍ଚଳ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ରବାରଣ କରାଯାଇଛି । ସେପଟେ ୨୮ ତାରିଖ ବେଳକୁ ଆଉଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।