ଟିମ୍ ଇଣ୍ଡିଆରେ କେମିତି ଡେବ୍ୟୁ କରିବେ ଅଭିମନ୍ୟୁ ଇଶ୍ବରନ୍, ଗାଙ୍ଗୁଲି କହିଲେ ଫର୍ମୁଲା..

ନନ୍ଦିଘୋଷ ବ୍ୟୁରୋ: ଯୁବ କ୍ରିକେଟର ଅଭିମନ୍ୟୁ ଇଶ୍ବରନଙ୍କ ପିତା ବାରମ୍ବାର କହୁଛନ୍ତି କି, ତାଙ୍କ ପୁଅ ଭଲ ପ୍ରଦର୍ଶନ କରି ଆସୁଛନ୍ତି କିନ୍ତୁ ତାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳୁନାହିଁ । ଯାହାର ଉତ୍ତର ରଖିଛନ୍ତି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର । ଏକ ଜାତୀୟ ଗଣମାଧ୍ୟମ ସହ ଇଣ୍ଟରଭିୟ୍ୟୁ ସମୟରେ ସେ କହିଛନ୍ତି କି, ଅଭିମନ୍ୟୁ ଜଣେ ଭଲ ଖେଳାଳି । ଲିଷ୍ଟ ଏ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଏଯାବତ ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିନାହାନ୍ତି । ଯଦି ସେ ଦଳରେ ସ୍ଥାନ ପାଇବାକୁ ଚାହାନ୍ତି ତାହେଲେ ତିନି ନମ୍ବରରେ ବ୍ୟାଟିଂ କରିବେ । ଟେଷ୍ଟରେ ସେ ତିନି ନମ୍ବରରେ ବ୍ୟାଟିଂ କରିପାରିବେ । ପନ୍ଥ, ଜାଡେଜା, ଜୟସ୍ବାଲ ଏବଂ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି । ଏଣୁ ତିନି ନମ୍ବର ସ୍ଥାନରେ ସେ ଖେଳିବାର ସୁଯୋଗ ପାଇପାରିବେ । ସେପଟେ ଅଭିମନ୍ୟୁଙ୍କ ବାପା କହିଛନ୍ତି କି, ଗମ୍ଭୀର ମୋ ପୁଅକୁ ଆଶ୍ବାସନା ଦେଇଛନ୍ତି କି, ମୋ ପୁଅକୁ ଟିମ ଇଣ୍ଡିଆରେ ସ୍ଥାନ ମିଳିବ । କିନ୍ତୁ ଏଯାବତ ଡେବ୍ୟୁ କରିପାରିନି ।
ସେପଟେ ଆମେ ଯଦି ଅଭିମନ୍ୟୁ ଇଶ୍ବରନଙ୍କ କଥା କହିବା ତାହେଲେ ସେ ୧୦୩ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ୪୮.୭୦ ହାରରେ ୭୮୪୧ ରନ କରିଛନ୍ତି । ଯେଉଁଥିରେ ୨୭ ଶତକ ଏବଂ ୩୧ ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ରହିଛି ୨୩୩ ରନ । ଲିଷ୍ଟ ଏ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି ଅଭିମନ୍ୟୁ । ୮୯ ମ୍ୟାଚ୍ରେ ୪୭.୦୩ ହାରରେ ୩୮୫୭ ରନ୍ କରିଛନ୍ତି। ତାଙ୍କ ନାମରେ ୯ ଶତକ ଏବଂ ୨୩ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବୋତ୍ତମ ସ୍କୋର ୧୪୯ ରନ୍।