ଅଗଷ୍ଟ ୧୫ ପରେ ଆଉ ଯିବାକୁ ପଡ଼ିବନି ସରକାରୀ ଅଫିସ, ଘରେ ବସି ପାଇପାରିବେ ସବୁ ସେବା

1 min read

ଭୁବନେଶ୍ୱର: ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ପଡ଼ିବନି । ଏଣିକି ଘରେ ବସି ସବୁ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଧାନସଭା ବିଜେଟ୍‌ ଅଧିବେଶନର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏପ୍ରିଲ  ପହିଲା ସୁଦ୍ଧା ସବୁ ମଜୁରୀ କେବଳ ଅନଲାଇନରେ ଦିଆଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । କାଳିଆ ଯୋଜନା ହେଉଛି ଏକ ଅନନ୍ୟ ଯୋଜନା । କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । କ୍ଷୁଦ୍ର, ମଧ୍ୟମ ଓ ଭୂମିହୀନ ଚାଷୀ ମଧ୍ୟ ସାମିଲ ହେବେ ।

ଜାଗା ମିଶନରେ ୫୭ ହଜାର ଲୋକଙ୍କୁ ଜାଗା ଦିଆଯିବ । 5Tରେ ସ୍ବଚ୍ଛତା ବଜାୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ଟେକ୍ନୋଲଜିର ମୋ ସରକାର ଲୋକଙ୍କ ବିଶ୍ୱାସରେ ଚାଲିଛି, ଭଲ କାମ କରୁଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଶିଳ୍ପାୟନକୁ ବ୍ୟାପକ କରିବା ପାଇଁ ଯୋଜନା କରାଯାଉଛି । କ୍ଷୁଦ୍ର ମଧ୍ୟମ ଓ ଅଣ ଶିଳ୍ପ କ୍ଲଷ୍ଟର, ଷ୍ଟାର୍ଟଅପ ହବ୍‌ସ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି । ଏହାସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply