ମନିପ୍ଲାଣ୍ଟ ଗଛର ସାଇଡ୍ଇଫେକ୍ଟ

1 min read

ବାସ୍ତୁ ଦୋଷ ଥିଲେ କିମ୍ବା ଧନର ବୃଦ୍ଧି ପାଇଁ ଘରେ ଲଗାଯାଇଥାଏ ମନିପ୍ଲାଣ୍ଟ ଗଛ । କାରଣ କୁହାଯାଏ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଏହି ଗଛ ଲଗାଇଲେ ଏହା କଟିଯାଏ । କିନ୍ତୁ ଆପଣମାନେ ଯାଣନ୍ତି କି ମନିପ୍ଲାଣ୍ଟ ଗଛରେ ରହିଛି କେତେଗୁଡ଼ିଏ ସାଇଡ୍ଇଫେକ୍ଟ । ତେବେ ଏନେଇ ଜାଣିନିଅନ୍ତୁ କେତେ ଗୁଡ଼ିଏ ଟିପ୍ସ ।

  • ଏହାକୁ ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ। ଏହି ଦିଗରେ ଲଗାଇଲେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଘରର ସଦସ୍ୟ ଅସୁସ୍ଥ ହୋଇପାରନ୍ତି।
  • ମନିପ୍ଲାଣ୍ଟକୁ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଭଲ । ଏହି ଦିଗରେ ଲଗାଇଲେ ସକାରାତ୍ମକ ଉର୍ଜା ବଢ଼ିଥାଏ। ହିନ୍ଦୁ ଧର୍ମାନୁସାରେ ଏହି କୋଣ ଭଗବାନ ଗଣେଶଙ୍କର ଅଟେ । ତେଣୁ ଉକ୍ତ ପ୍ଲାଣ୍ଟ ଏହି ଦିଗରେ ଲଗାଇଲେ ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯାଏ।
  • ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ ପତ୍ରକୁ ହଟେଇ ଦେବା ଜରୁରୀ । ଆଉ ଏହା ଉପର ଆଡକୁ ଲଟାଇବା ଭଲ ବୋଲି ବିଶ୍ୱାସ କରାଯାଏ। । ଯଦି ଏହା ତଳଆଡ଼ୁ ଲଟେଇଥାଏ ତେବେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।
  • ଏହି ପ୍ଲାଣ୍ଟକୁ ଘରେ ବୁଧବାର ଦିନ ରେବତି ନକ୍ଷତ୍ରରେ ଲଗାନ୍ତୁ । କାରଣ ଏହିଦିନକୁ ଶ୍ରୀ ଗଣେଶଙ୍କ ଦିନଭାବେ ବିବେଚନା କରାଯାଏ।
  • ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଥିଲେ ସର୍ବପ୍ରଥମେ ପୂର୍ବ ଅବା ପଶ୍ଚିମ ଦିଗରେ ଲଗାଯାଇଥିବା ମନି ପ୍ଲାଣ୍ଟକୁ ହଟେଇ ଦିଅନ୍ତୁ। କାରଣ ଏହି ଦିଗରେ ଲଗାଯାଇଥିବା ମନିପ୍ଲାଣ୍ଟ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ଏମିତି କ୍ଷେତ୍ରରେ ଘର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବା ଲାଗି ହାର୍ଟ ଶେପ୍‌ର ପତ୍ର ହେଉଥିବା ମନିପ୍ଲାଣ୍ଟ ଘରେ ଲଗାଇବା ଭଲ ।

Leave a Reply