ଅନୀଲ ଅମ୍ବାନୀଙ୍କୁ ପଚରାଉଚରା ଆରମ୍ଭ କଲା ଇଡି

1 min read

ନନ୍ଦିଘୋଷ ବ୍ୟୁରୋ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପଚରା ଉଚରା ଆରମ୍ଭ କରିଛି ଇଡି । ୧୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ କରୁଛି ପଚରାଉଚରା । ଅଗଷ୍ଟ ୧ରେ ଅନୀଲ ଅମ୍ବାନୀଙ୍କୁ ନୋଟିସ କରାଯାଇଥିବାବେଳେ ଆଜି ହାଜର ହୋଇଛନ୍ତି । ମଙ୍ଗଳବାର ବିମାନ ଯୋଗେ ମୁମ୍ବାଇରୁ ଆସି ଦିଲ୍ଲୀର ଇଡିର ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏବେ ତାଙ୍କୁ ପଚରାଉଚରା କରୁଛି ଇଡି । କିଛି ଦିନ ପୂର୍ବରୁ ଅନୀଲ ଅମ୍ବାନୀଙ୍କ ସହ ଜଡ଼ିତ ୩୫ଟି ଅଫିସରେ ଚଢ଼ାଉ କରି ଡକ୍ୟୁମେଣ୍ଟ ଏବଂ କମ୍ପ୍ୟୁଟର ସବୁ ଜବତ କରିଛି । ତଦନ୍ତକାରୀ ସଂସ୍ଥା ବ୍ୟାଙ୍କମାନଙ୍କ ଏକ ଚିଠି ଲେଖି ଋଣ ବିବରଣୀ ସମ୍ପର୍କରେ ତଥ୍ୟ ମାଗିଛି । ଇଡି ପକ୍ଷରୁ ୧୨-୧୩ ଘରୋଇ ଏବଂ ସରକାରୀ ବ୍ୟାଙ୍କକୁ ଚିଠି କରିଥିବା ସୂଚନା ମିଳିଛି ।