ପୁଣିଥରେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ଚ୍ୟାଲେଞ୍ଜ

ଚିତ୍ରକୋଣ୍ଡା: ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ । ସିଆର୍‌ପିଏଫ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଯିବାର କିଛି ଘଣ୍ଟା ପରେ ମାଓବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ସିଆର୍‌ପିଏଫ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଗତକାଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସହିତ ମାଓବାଦୀଙ୍କ ମୁକାବିଲା ପାଇଁ ନୂଆ ରଣନୀତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାର କିଛି ଘଣ୍ଟା ପରେ ମାଓବାଦୀମାନେ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ପାଖରେ ବିସ୍ଫୋରଣ କରିଛନ୍ତି ।

ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ବିସ୍ଫୋରଣର କିଛି ସମୟ ପୂର୍ବରୁ ସୁରକ୍ଷାକର୍ମୀ ସେହି ରାସ୍ତା ଦେଇ ଯାଇଥିଲେ ମଧ୍ୟ ବିସ୍ଫୋରକ ଖଞ୍ଜା ଯାଇଥିବା ନେଇ କୈାଣସି ସୁରାକ୍‌ ପାଇନଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ୫ ଫୁଟ୍‌ ଗଭୀରର ଗାତ ହୋଇଯାଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply