ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଆମେରିକା ସ୍ବାସ୍ଥ୍ୟସେବା ପାଇଁ ପଡ଼ିବ ମହଙ୍ଗା

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୧ ତାରିଖରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଯାଉଛନ୍ତି । ଯାହାର ପ୍ରଭାବ ଭାରତର ଏକାଧିକ କ୍ଷେତ୍ର ଉପରେ ପଡ଼ିବାକୁ ଯାଉଛି । ବିଶେଷ କରି ଭାରତର ଫାର୍ମା ସେକ୍ଟର ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ହେଲେ ଏହା ଭାରତରେ ନୁହେଁ ବରଂ ଆମେରିକାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଇଣ୍ଡିଆନ ଫାର୍ମାସ୍ୟୁଟିକଲ ଏକ୍ସପୋର୍ଟ ପ୍ରମୋଶନ କାଉଂସିଲ (ଫାର୍ମକ୍ସିଲ) ପକ୍ଷରୁ କହାଯାଇଛି ଟ୍ରମ୍ପଙ୍କ ଟାରିଫ ପରେ ଭାରତରୁ ରପ୍ତାନୀ ଔଷଧର ମୂଲ୍ୟ ବଢ଼ିଯିବ । ଏହି ଟାରିଫ କାରଣରୁ ଆଗାମୀ ଦିନରେ ଆମୋିକାର ଉପଭୋକ୍ତା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁତ କ୍ଷତି ସହିବାକୁ ପଡ଼ିବ ।

ଫାର୍ମେକ୍ସିଲ ଚ;ୟାରମ୍ୟାନ ନମିତ ଜୋଶୀ କହିଛନ୍ତି, ଆମେରିକା ବଜାର ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚା ମାଲ ଓ କମ ମୂଲ୍ୟର ଜେନେରିକ ଔଷଧ ପାଇଁ ଭାରତ ଉପରେ ବହୁତ ଅଧିକ ନିର୍ଭରଶୀଳ । ଏହାର ବିକଳ୍ପ ଖୋଜିବା ଆମେରିକା ପାଇଁ ଏତେ ସହଜ ନୁହେଁ । କାରଣ ଯାହା ବି ସେମାନେ ଅନ୍ୟ କେଉଁଠୁ ଆଣିବେ ତାହାର ଗୁଣବତ୍ତା ଭାରତୀୟ ଦ୍ରବ୍ୟ ପରି ହେବ ନାହିଁ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଏମିତି ସମୟରେ ଟାରିଫ ଲଗାଇଛନ୍ତି, ଯେଉଁ ସମୟରେ ଉଭୟ ଦେଶ ମଧ୍ୟରେ ଦ୍ବିପେକ୍ଷିକ ବ୍ୟାପାର ବୁଝାମଣା (BTA) ଉପରେ ଆଲୋଚନା ଚାଲିଛି । ଏପରି ଟାରିଫ ପରେ ଆଲୋଚନା ସହଜ ହେବ ନାହିଁ । ଏହାବାଦ ଋଷ ଠାରୁ ସୈନ୍ୟ ଉପକରଣ ଓ ତେଲ କିରିବା ଉପରେ ଅତିରିକ୍ତ ଜରିମାନା ଲଗାଇବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ନିଜ ଦାବି ହାସଲ କରିବା ପାଇଁ ଟ୍ରମ୍ପ ଭାରତ ଉପରେ ଏମିତି ଟାରିଫ ଲଗାଇ ଥିବା କୁହାଯାଉଛି ।

ଫାର୍ମକ୍ସିଲ ଚେୟାରମ୍ୟାନ କହିଛନ୍ତି, ଦୀର୍ଘ ବର୍ଷ ହେବ ଭାରତ ଦୁନିଆକୁ କମ ମୂଲ୍ୟ ଓ ଉତ୍ତମ ଗୁଣବତ୍ତାର ଔଷଧ ଯୋଗାଇ ଆସୁଛି । ଆମେରିକା ନିଜର ଜେନେରିକ ଔଷଧ ଆବଶ୍ୟକତାର ୪୭ ପ୍ରତିଶତ ଭାରତରୁ ଆମଦାନୀ କରିଥାଏ । ଫର୍ମେକ୍ସିଲ ପକ୍ଷରୁ କୁହାଯାଇଛି, ଭାରତୀୟ ଔଷଧ କମ୍ପାନୀ ଜୀବନ ରକ୍ଷକ କ୍ୟାନସର ଔଷଧ, ଆଣ୍ଟିବାୟୋଟିକ୍ସ ଓ ପୁରୁଣା ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ କମ ମୂଲ୍ୟରେ ଯୋଗାଇ ଥାଏ । ଏହି ସପ୍ଲାଏ ଚେନରେ କୌଣସି ପ୍ରକାରର ପ୍ରତିବନ୍ଧକ ଔଷଧ ଅଭାବ ଓ ମୂଲ୍ୟ ବୃଦ୍ଧିର କାରଣ ହୋଇପାରେ । ଯାହା ନା କେବଳ ଆମେରିକାର ସାଧାରଣ ଜନତା ବରଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗଭୀର ପ୍ରଭାବିତ କରିବ ।