ଟ୍ରମ୍ପ ୨୦-୨୫ ପ୍ରତିଶତ ଟାରିଫ ଲାଗୁକଲେ ଭାରତର କେଉଁ କେଉଁ ସେକ୍ଟର ପ୍ରଭାବିତ ହେବେ?

1 min read

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ ଲାଗୁ କରିବା ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଭାରତ ଉପରେ ୨୦-୨୫ ପ୍ରତିଶତ ଟାରିଫ ଲାଗୁ ହୋଇପାରେ ବୋଲି ସେ କହିଛନ୍ତି । ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଷଷ୍ଠ ଗସ୍ତର ଚର୍ଚ୍ଚା ଚାଲିଥିବା ବେଳେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଯଦି ଏହି ଟାରିଫ ଲାଗୁ ହୁଏ, ତେବେ ଭାରତର କିଛି ସେକ୍ଟର ପ୍ରଭାବିତ ହୋଇପାରେ ।

ଟେକ୍ସଟାଇଲ ଓ ଗାରମେଣ୍ଟସ ଉପରେ ପ୍ରଭାବ

ଭାରତର ପ୍ରମୁଖ ଏକ୍ସପୋର୍ଟ ମଧ୍ୟରୁ ଟେକ୍ସଟାଇଲ ଅନ୍ୟତମ । ଭାରତରୁ କପଡ଼ା ଓ ଫୁଟଓ୍ବେୟର ଆମଦାନୀ କରିବାରେ ଆମେରିକା ସବୁଠାରୁ ବଡ଼ ଦେଶ । ୨୦-୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଆମେରିକା ବଜାରରେ ଉତ୍ପାଦ ଅଧିକ ମହଙ୍ଗା ହୋଇପାରେ । ଫଳରେ ଭାରତର ଶିପମେଣ୍ଟ ଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ ।

ଜୁଏଲାରୀ ଓ ଡାଇମଣ୍ଡ ଉପରେ ବଡ଼ ପ୍ରଭାବ

ଭାରତର ବିଶ୍ବର ସବୁଠାରୁ ଅଧିକ ଡାଇମଣ୍ଡ ଏକ୍ସପୋର୍ଟ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ । ଆମେରିକା ଭାରତରୁ ବହୁ ମାତ୍ରାରେ ଡାଇମଣ୍ଡ ଆମଦାନୀ କରିଥାଏ । ଟାରିଫ ଲାଗୁ ହେବା ଫଳରେ ଜୁଏଲାରୀ ଓ ଡାଇମଣ୍ଡର ଦାମ୍ ବଢ଼ିପାରେ । ଫଳରେ ଭାରତରେ ଏହାର ଚାହିଦା ପ୍ରଭାବିତ ହୋଇପାରେ । କାରଣ ଆମେରିକାର କ୍ରେତାମାନେ ଭାରତ ବ୍ୟତୀତ ଅନ୍ୟ ବିକଳ୍ପ ସନ୍ଧାନ କରି ପାରନ୍ତି । ଏହା ଉପରେ ୨୬-୨୭ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗୁ ହୋଇପାରେ ।

ଅଟୋମୋବାଇଲ ଓ ଅଟୋ ପାର୍ଟସ ଉପରେ ପ୍ରଭାବ

ଅଟୋ ସେକ୍ଟର କଥା ଯଦି କହିବା, ଭାରତ ଆମେରିକାକୁ ବହୁ ମାତ୍ରାରେ ଅଟୋ ସାମଗ୍ରୀ ଏକ୍ସପୋର୍ଟ କରିଥାଏ । ପୂର୍ବରୁ ଷ୍ଟିଲ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଟାରିଫ ରହିଛି । ଏବେ ଅଟୋ ସେକ୍ଟରରେ ୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଭାରତୀୟ ଚାହିଦା ପ୍ରଭାବିତ ହୋଇପାରେ । ଏହି ସାମଗ୍ରୀ ଉପରେ ୨୭ ପ୍ରତିଶତ ଟାରିଫ ଲାଗିପାରେ ।

ଯଦି ଟାରିଫ ଲାଗୁ ହୁଏ, ତେବେ ଭାରତର କିଛି ସେକ୍ଟର୍ସକୁ ଆମେରିକା ଟାରିଫରୁ ଦୂରେଇ ରଖିବ । ସେଥିମଧ୍ୟରେ ଫାର୍ମାସ୍ୟୁଟିକଲ୍ସ (ଔଷଧ), ସେମିକଣ୍ଡକ୍ଟର, ଉର୍ଜା ଉତ୍ପାଦ (ତେଲ, ଗ୍ୟାସ, କୋଇଲା, ଏଲଏନଜି) ଓ କପର । ଏକ୍ସପର୍ଟଙ୍କ ଅନୁମାନ ମୁତାବକ, ଟାରିଫ କାରଣରୁ ଭାରତର ବାର୍ଷିକ ରପ୍ତାନୀ ୨ରୁ ୭ ଅରବ ଡଲାର ହ୍ରାସ ଘଟିପାରେ ।