ଭଉଣୀ ଉପରେ ଚିଲେଇବାରୁ ରାଗରେ ଭିଣେଇଙ୍କ ଚୁଟି ଉପାଡି ଦେଲା ଶଳା
1 min read
ନନ୍ଦିଘୋଷ ବ୍ୟୁରୋ : ବେଳେ ବେଳେ ସମ୍ପର୍କ ସମାଧାନ କରିବା ବେଳେ ତାହା ଝଗଡ଼ାରେ ପରିଣତ ହୋଇଯାଏ । ଏମିତି କିଛି ଘଟିଛି ଦେବରିଆର ମହିଳା ଥାନା ବାହାରେ । ଯେଉଁଠି ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିଲେ ପୋଲିସ । ହେଲେ ଥାନାରୁ ବାହାରିବା କ୍ଷଣି ଆରମ୍ଭ ହୋଇଗଲା ପାରିବାରିକ କଳହ । ନିଜ ଭଉଣୀ ଉପରେ ଚିଲେଇ କରି କଥା ହେଉଥିବା ଦେଖି ରାଗରେ ଶଳା ଭିଣେଇର କେଶ ଭିଡି ଉପାଡି ନିସ୍ତୁକ ମାଡ଼ ମାରିଲା ।
ଏହି ମାମଲାଟି ବାହୋର ଗ୍ରାମର ସୁରଜ ସୋନକର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ପାରିବାରିକ ବିବାଦକୁ ନେଇ ଘଟିଛି । କିଛି ଦିନ ପୂର୍ବେ ଝଗଧା ପରେ ପତ୍ନୀ ତାଙ୍କ ମାଆଙ୍କ ଘରକୁ ଫେରି ଆସିଥିଲେ । ଏବଂ ସେ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ନିର୍ଯାତନା କରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତା ଦେଖି ପୋଲିସ ମଙ୍ଗଳବାର ଉଭୟ ପକ୍ଷଙ୍କୁ ଥାନାକୁ ସମାଧାନ ପାଇଁ ଡାକିଥିଲା । ପୋଲିସର ମଧ୍ୟସ୍ଥତା ପରେ ସୁରଜଙ୍କ ସ୍ତ୍ରୀ ଶ୍ୱଶୁର ଘର ଯିବାକୁ ରାଜି ହୋଇଯାଇଥିଲେ । ଥାନା ଭିତରେ ଶାନ୍ତିପୂର୍ଣ୍ଣ ଭାବେ କଥାବାର୍ତ୍ତା ହୋଇଥିଲେ । ହେଲେ ଥାନା ବାହାରକୁ ଆସିବା ମାତ୍ରେ ସୁରଜ ତାଙ୍କ ସ୍ତ୍ରୀଙ୍କ ଉପରେ ଉଚ୍ଚ ସ୍ୱରରେ ଚିଲେଇ କରି କିଛି କହିଲେ , ଯାହା ଶୁଣି ମହିଳାଙ୍କ ବାପା , ଭାଇ ଏବଂ ଅନ୍ୟ ପରିବାର ସଦସ୍ୟମାନେ ରାଗିଗଲେ । ଏହା ପରେ ସୁରଜଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ନିର୍ମମ ଭାବ ମାଡ଼ ମାରିଥିଲେ । ମହିଳାଙ୍କ ଭାଇ ରାଗିକରି ସୁରଜଙ୍କ ଓ୍ୱିଗ ଟାଣି ବାହାର କରି ଦେଇଥିଲେ , ଏହା ସହ ଲାତ, ଗୋଇଠା ମାରିଥିଲେ ।
ଏହି ଘଟଣାଟି ମହିଳା ପୋଲିସ ଷ୍ଟେସନ ବାହାରେ ଘଟିଥିଲା, ଯେଉଁଠାରେ କିଛି ପୋଲିସ କର୍ମଚାରି ମଧ୍ୟ ଉପସ୍ଥିତ ଥିଲେ, ହେଲେ କେହି ଏଥିରେ ହସ୍ତକ୍ଷେପ କରିନଥିଲେ । ଆକ୍ରମଣ ପରେ ଆକ୍ରମଣକାରୀମାନେ ଦୌଡ଼ି ପଳାଇଥିଲେ ଏବଂ ପୋଲିସ ନୀରବ ଦର୍ଶକ ହୋଇ ରହିଥିଲା