ଶ୍ରମିକଙ୍କ ନାଁରେ ଫଲସ ବିଲ୍ କରି ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିପାଲ ପଞ୍ଚାୟତରେ ମନରେଗା କାମରେ ଦୁର୍ନୀତି ଅଭିଯୋଗ । କାମ ନକରି ଶ୍ରମିକଙ୍କ ନାଁରେ ଭୂତ ବିଲ କରି ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି ।  ଏଭଳି ସଙ୍ଗୀନ ଆପତ୍ତି ଉଠାଇଛନ୍ତି ଗ୍ରାମବାସୀ।

ମନରେଗା କାମରେ ଦୁର୍ନୀତି । ଶ୍ରମିକଙ୍କ ନାଁରେ ଫଲସ ବିଲ କରି ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ । ବଙ୍ଗୋମୁଣ୍ଡା ବ୍ଳକ ଝରିଆଲ ପଞ୍ଚାୟତରେ ମେଟ୍ରିଆଲ କାମ ନ ହୋଇ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ପୋଖରୀ କଡରେ ଗାର୍ଡୱାଲ ନିର୍ମାଣ, ପାହାଚ ନିର୍ମାଣ, କଂକ୍ରିଟ ରାସ୍ତା ସହ ଅନ୍ଯାନ୍ଯ କାମ ନାଁରେ ଲକ୍ଷାଧିକ ଟଙ୍କା ଲୁଟ କରାଯାଇଛି । ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ତଲରବନ୍ଦ ଟେଙ୍କ ରାଣୀପୁର, ବେହେରାବନ୍ଦ ଟେଙ୍କ ରାଣୀପୁର, ଉପରବନ୍ଦ ଟେଙ୍କ ରାଣୀପୁର, ଝରିଆଲରୁ ଝାକରପଡା ରାସ୍ତା, ନର୍ଲାବନ୍ଦରୁ ବାଲିଖମାର ରାସ୍ତା, ରାଣୀପୁର ଝରିଆଲ ଆରଡି ରାସ୍ତା ଠାରୁ ରୁରାଲ ପାର୍କ, ପ୍ଳେଗ୍ରାଉଣ୍ଡ, ନୂଆବନ୍ଧ ପାଇଁ ଟଙ୍କା ଉଠିଛି । ସଂପୃକ୍ତ କାମ ନାଁରେ ୨୩ ଲକ୍ଷ ୩ ହଜାର ୭୯୧ ଟଙ୍କା ବିଲ ହୋଇଛି । ହେଲେ ବାସ୍ତବରେ କାମ ଠିକ ଭାବେ ହୋଇନଥିବା ଅଭିଯୋଗ ହୋଇଛି।

ଦୁର୍ନୀତି ସଂପର୍କରେ କିଛି ଦିନ ପୂର୍ବରୁ ବଙ୍ଗୋମୁଣ୍ଡା ବିଡିଓଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ । ଏପଟେ ଝରିପାଲ ସରପଞ୍ଚ ଅଭିଯୋଗକୁ ଖଣ୍ଡନ କରିବା ସହ ବ୍ଯକ୍ତିଗତ ଅକ୍ରୋଶ ରଖି ଏଭଳି କରାଯାଉଥିବା କହିଛନ୍ତି ।