କ୍ଲାସ ଭିତରେ ଛାତ୍ରୀଙ୍କୁ ଉଲଘ୍ନ କଲେ ଶିକ୍ଷୟିତ୍ରୀ !

ବ୍ରହ୍ମପୁର: ସୀମା ଡେଇଁଲା ଶାସ୍ତି । ଛାତ୍ରୀଙ୍କୁ ଦଣ୍ଡ ଦେବାପାଇଁ ରାକ୍ଷସ ପାଲଟିଲା ଶିକ୍ଷୟିତ୍ରୀ । କ୍ଲାସ ମଝିରେ ୬ ବର୍ଷର ଝିଅର ପ୍ୟାଣ୍ଟ ଖୋଲିବା ପାଇଁ ପଛାଇଲେନି ସଂପୃକ୍ତ ଶିକ୍ଷୟିତ୍ରୀ । ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟରେ ଥିବା ଏକ ସ୍କୁଲରେ ଘଟିଛି ଏଭଳି ଲଜ୍ଜାକର ଘଟଣା ।

ଜଣେ ଆଇନଜୀବୀଙ୍କ ୬ ବର୍ଷର ଝିଅ ସ୍କୁଲକୁ ୟୁନିଫର୍ମ ପିନ୍ଧି ଆସିନଥିବାରୁ ଏଭଳି ଦଣ୍ଡ ଦେଇଛନ୍ତି ଶିକ୍ଷକ । ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ୫୦ରୁ ଅଧିକ ଆଇନଜୀବୀ ସ୍କୁଲରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ବିରୋଧ କରିଛନ୍ତି  । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କଡା ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Leave a Reply