ଜୟପୁର ରେଳ ଷ୍ଟେସନରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ଏକମାସ ଧରି ଜୟପୁର ରେଳ ଷ୍ଟେସନକୁ ଯାତ୍ରୀବାହୀ ଟ୍ରେନ ଆସୁନାହିଁ । ତେଣୁ  ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରାପୁଟ ଠାରୁ ଜୟପୁର ମଧ୍ୟରେ ଜରଟି ଷ୍ଟେସନ ନିକଟରେ ରେଳ ଧାରଣାରେ ମାଟି ଅତଡ଼ା ଖସିଥିବା ଯୋଗୁଁ ରେଳ ଚଳାଚଳ ବନ୍ଦ ରହିଥିଲା । ଏହାରି ଭିତରେ ପ୍ରାୟ ଏକ ମାସ ବିତିଗଲାଣି । ରେଳ ଧାରଣାକୁ ସଫା କରାଯାଇଥିବା ବେଳେ ଏବେ କେବଳ ମାଲ ବୋଝେଇ ରେଳ ଯିବା ଆସିବା କରୁଛି । କିନ୍ତୁ ଯାତ୍ରୀବାହୀ ରେଳ ଜୟପୁର ଆସୁନଥିବାରୁ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଜୟପୁର ରେଳ ଷ୍ଟେସନରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତି ନିଆଯାଇଥିଲା ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ ସୂଚନା ଦେଇଛନ୍ତି । ଯଦି ମାଲ ବୋଝୋଇ ରେଳ ଆସିପାରୁଛି ତେବେ ଯାତ୍ରୀବାହୀ ରେଳ କାହିଁକି ଆସିପାରିବ ନାହିଁ ବୋଲି ପ୍ରଶ୍ନ କରିଛି ଦଳ ।