ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହେଲା ବର, ପୋଲିସ ଆସିଯିବାରୁ…

ବାହାଘର ପାଇଁ ଭାରତରେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି । ତେବେ ଏହା ଯୁବକ ମାନଙ୍କ ପାଇଁ ୨୧ ଥିବା ବେଳେ ଯୁବତୀ ମାନଙ୍କର ୧୮ ରହିଛି । ଏହି ବୟସ ସୀମାରୁ କମ୍ ଥିଲେ ସେମାନେ ଆମ ସମ୍ବିଧାନିକ ନିୟମ ଅନୁଯାୟୀ ବିଭାଘର ଯୋଗ୍ୟ ନୁହଁନ୍ତି । ତେବେ ନିକଟରେ ଏହି କାରଣରୁ ଏକ ବର ନିଜ ବିଭାଘର ପାଇଁ ଆସି ଶିଶୁପାଳ ହୋଇଥିବା ଦେଖାଯାଇଛି ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହୋଇଛି ବର । କନ୍ୟା ନାବାଳିକା ଥିବାରୁ ବାହା ନହୋଇ ବର ଫେରିଛି ଘରକୁ ।

ଖଇରା ଥାନା ତୁଡିଗଡିଆ ପଞ୍ଚାୟତର ଶରତ ମହାରଣା ବାହାନଗାର ଜଣେ ନାବାଳିକାକୁ ବାହା ହେବା ପାଇଁ ଯାଇଥିଲେ । ଖବରପାଇ ଶିଶୁ ସୁରକ୍ଷାର ୫ ଜଣିଆ ସଦସ୍ୟ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାହାଘର ନକରିବାକୁ କହିଥିଲେ । ବିଳମ୍ବିତ ରାତିରେ ବର ଏବଂ ବରଯାତ୍ରୀ ପ୍ରସେସନ କରି ଆସିଥିବା ବେଳେ ଗୋପାଳପୁର ବଜାରରେ ପୋଲିସକୁ ଦେଖି ଫେରାର ହୋଇଥିଲେ ।

Leave a Reply