ଯୋଗାଣ ମନ୍ତ୍ରୀଙ୍କ ଦମ୍ଭ ଭାଙ୍ଗିଲା: ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ

ଦମ୍ଭ ଭାଙ୍ଗିଲା, ଛେପ ଢୋକିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଖୁବଶୀଘ୍ର ମମତା ବାନାର୍ଜୀଙ୍କ ସହ ଆଳୁ ଆମଦାନୀ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଛି । ରାଜ୍ୟରେ ଉତ୍ପାଦନ ହେଉଛି ୫ ଲକ୍ଷ ମେଟ୍ରିକ ଟନ ଆଳୁ । ତେଣୁ ଆଳୁ ଆମଦାନୀ ନେଇ ସେ ପଶ୍ଚିମବଙ୍ଗ ସହ ଆଲୋଚନା କରିବେ ବୋଲି କହିଛନ୍ତି । ରାଜନୀତିରେ କାହା ସହ କାହାର ବିବାଦ ନଥାଏ କହିଥିବାବେଳେ ମମତା ଆଳୁ ଗାଡି ଅଟକାଇଥିବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେବେଳେ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଥିଲା ସେତେବେଳେ ଯୋଗାଣ ମନ୍ତ୍ରୀ ଦମ୍ଭୋକ୍ତି ଦେଖାଇ କହିଥିଲେ, ପଶ୍ଚିମବଙ୍ଗରୁ ଆଳୁ ଆଣିବୁ ନାହିଁ । ରାଜ୍ୟର ଆଳୁ ଆବଶ୍ୟକତା ମେଣ୍ଟାଇବାକୁ ପଞ୍ଜାବ ଓ ୟୁପିରୁ ଆଳୁ ଅଣାଯିବ । ଆବଶ୍ୟକ ପଡିଲେ ଟ୍ରେନରେ ଆଳୁ ଆସିବ । ହେଲେ ଯୋଗାଣ ମନ୍ତ୍ରୀଙ୍କ ସବୁ ଦମ୍ଭ ଭାଙ୍ଗିଯାଇଛି । କାରଣ ୟୁପି ଆଳୁ ଓଡିଶାବାସୀଙ୍କୁ ପସନ୍ଦ ହେଉନି। ଟ୍ରେନରେ ମଧ୍ୟ ଆଳୁ ଆସିବା ସମ୍ଭବ ହେଉନି। ତେଣୁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିବାକୁ ବାଧ୍ୟ ହୋଇଛନ୍ତି।