spot_img

Latest Posts

ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ

ନନ୍ଦିଘୋଷ ବ୍ୟୁରୋ  : ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ  । ଜରୁରୀକଳୀନ ଅବତରଣ କଲା ବିମାନ । ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର (LAX)ରୁ ଆଟଲାଣ୍ଟା ଯାଉଥିବା ଏକ ଡେଲ୍ଟା ଏୟାରଲାଇନ୍ସ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଅବତରଣ କରିବା ପରେ, ବିମାନବନ୍ଦର ଅଗ୍ନିଶମ ବାହିନୀ ତୁରନ୍ତ ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ରିପୋର୍ଟ ନାହିଁ।

୧୮ ଜୁଲାଇରେ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଆଟଲାଣ୍ଟା ପାଇଁ ଉଡ଼ାଣ ଭରଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ବିମାନର କର୍ମଚାରୀମାନେ ବିମାନର ବାମ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଲେ। ଏହା ପରେ ପାଇଲଟ୍ମାନେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି LAX ଫେରିବାକୁ ଅନୁରୋଧ କଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବିମାନର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସମନ୍ୱୟ ସ୍ଥାପନ କରିଥିଲା ଓ ବିମାନବନ୍ଦରର ଜରୁରୀକାଳୀନ ଦଳଗୁଡ଼ିକୁ ସତର୍କ କରିଥିଲା। ଅବତରଣ ପରେ, ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟରେ ଆସି ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ। ସୂଚନା ଅନୁଯାୟୀ, କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନଥିଲେ। ଉଡ଼ାଣ ଭରିବା ସମୟରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଛି। ଯେଉଁଥିରେ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବାର ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Latest Posts

Don't Miss