spot_img

Latest Posts

ପୁଣି ମୃତଦେହକୁ ଅସମ୍ମାନ, ଟ୍ରଲିରେ ବୁହା ହୋଇ ଗଲା ଶବ

ଜଳେଶ୍ବର : ପୁଣି ଶବକୁ ଅସମ୍ମାନ। ଟ୍ରଲିରେ ବୁହା ହେଲା ଶବ। ବୁଝିଲାନି ପୋଲିସ କି ପ୍ରଶାସନ। ଟ୍ରଲିରେ ୬କିମି ବୋହି ଝିଅର ମୃତଦେହକୁ ଡାକ୍ତରଖାନା ନେଲା ଗରିବ ବାପା। ଦେଉଳା ପଂଚାୟତ ବିନ୍ଧାଣୀସାହି ଗାଁରୁ ଆସିଛି ଏଭଳି କରୁଣ ଦୃଶ୍ୟ। ମଧୁ ବିନ୍ଧାଣୀଙ୍କ ଝିଅ ଘରୁ ରାଗିଯାଇ ଗାଁ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା। କିନ୍ତୁ ବ୍ୟବଚ୍ଛେଦ ପାଇଁ କୈାଣସି ବ୍ୟବସ୍ଥା ନ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଚାଲିଯାଇଥିଲା। ଅନ୍ୟପଟେ ଆମ୍ବୁଲାନ୍ସ ପାଇଁ ଅର୍ଥ ନଥିବାରୁ ଟ୍ରଲିରେ ଝିଅର ମୃତଦେହକୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହି ନେଇଛି ଗରିବ ଆଦିବାସୀ ବାପା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ବ୍ୟବଚ୍ଛେଦ ପାଇଁ ୧୫ଶହରୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ଲୋଡିଛନ୍ତି ବାପା। ତେବେ ଗରିବ ଅସହାୟ ଆଦିବାସୀଙ୍କ ପ୍ରତି ପୋଲିସ ପ୍ରଶାସନର ମାନବିକତା ନଦେଖାଇବା ଏବଂ ଟ୍ରଲିରେ ଶବ ବୁହା ହେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Latest Posts

Don't Miss