spot_img

Latest Posts

‘ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖିବ ବିଜେଡି’

ଭୁବନେଶ୍ବର : ଅସୁରକ୍ଷିତ ମହିଳା, ମିଳୁନି ନ୍ୟାୟ । ବର୍ଷକ ଭିତରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଜାରି ରହିବ ନାରୀ ନିର୍ଯାତନା ଲଢେଇ । ଅରୁଣ କହିଲେ, ଅଜବ ଯୁକ୍ତି ବାଢୁଛି ବିଜେପି । ସତ ସ୍ୱୀକାର କରନ୍ତୁ, ଇସ୍ତଫା ଦିଅନ୍ତୁ।.. .. ବାଲେଶ୍ବର ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛି ବିଜେଡି । ବିଜେଡି ଲୋକଙ୍କ ସ୍ବର ସାଜି ପ୍ରତିବାଦ, ଆନ୍ଦୋଳନ କରିବା ସହ ଲୋକସଭା ଭବନ ଘେରାଉ କରିଛି । ସରକାର ବିଜେଡି ନେତା ଓ କର୍ମୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ଗୁଣ୍ଡାଗର୍ଦ୍ଦି କରି ନେତାଙ୍କ ଘାଇଲା କରିଛନ୍ତି । ତଥାପି ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାକୁ ବିଜେଡି ଶେଷ ଯାଏ ତାର ଲଢେଇ ଜାରି ରଖିବ। ଯେକୌଣସି ଦଳ ହେଉ ଅବା ସଂଗଠନ ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ଦଳର ନୈତିକ ସମର୍ଥନ ରହିବ ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ବାଲେଶ୍ବର ଘଟଣାରେ ବିଜେପି ନିଜ ଭୁଲ ଲୁଚାଇବାକୁ ଚେଷ୍ଠା କରୁଛି । ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ। ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟିର ଜୀବନ ଚାଲିଗଲା। ତାକୁ ପେଟ୍ରୋଲ ଦିଆଗଲା, କୁହାଗଲା ତୁ ନିଆଁ ଲଗା ଆମେ ବଞ୍ଚେଇ ଦେବୁ। ମୋବାଇଲରେ ମଧ୍ୟ ସୁଟିଂ ହେଉଥିଲା ଘଟଣା । ଏସବୁର ସତ୍ୟ ପଦାକୁ ଆସିବା ଦରକାର । ବର୍ଷକର ବିଜେପି ସରକାରରେ ଯେତିକି ରେକର୍ଡ କରିଛନ୍ତି ତାକୁ ଘୋଷି ମନେରଖିଲେ ଏମଏ ପାସ ହୋଇଯିବେ। ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀ ମାଡ ମାରିବାଠାରୁ ନେଇ ବାଲେଶ୍ଵର ଘଟଣା ଯାଏଁ ଓଡିଶା ନିନ୍ଦିତ ହୋଇଛ । ତେଣୁ ବିଜେଡି ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ।

ବିଜେପି ସରକାରରେ ନାରୀ ନିର୍ଯାତନା ଶୀର୍ଷରେ ପହଞ୍ଚିଥିବା ବେଳେ ପ୍ରତ୍ୟେକ ଦିନ ୧୫ ଜଣ ମହିଳା ନିର୍ଯାତନାର ଶିକାର ହେଉଛନ୍ତି । ଯାହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏ ବିଜେଡି ଲଢେଇ ଜୋରଦାର କରିଛି । ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି, ପୂର୍ବ ସରକାରରେ ମହିଳାଙ୍କୁ ସମ୍ମାନ ମିଳିଥିଲା ଏବଂ ସଶକ୍ତ କରାଯାଉଥିଲା । କିନ୍ତୁ ଏବେ ଓଡିଶାର ମହିଳାମାନେ ଅସୁରକ୍ଷିତ ବୋଲି ପୂରା ବିଶ୍ବରେ ଭୟର ବାତାବରଣ । ଆମେରିକା ମଧ୍ୟ ଉଦବେଗ ପ୍ରକାଶ କରିବା ସହ ନିଜ ଦେଶର ନାଗରିକମାନଙ୍କୁ ସଚେତନ କରିଛି । ତେଣୁ ମହିଳାଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛି । ସାରା ରାଜ୍ୟରେ ବିଜେପି ସରକାର ବିରୋଧରେ ଜନଆକ୍ରୋଶ ଦେଖା ଦେଲାଣି । ବିଜେଡି ଲୋକଙ୍କ ସ୍ବର ସାଜି ସରକାରଙ୍କୁ ଘେରିବା ସହ ପ୍ରଶ୍ନବାଣରେ ଘାଇଲା କରୁଛି । ସିଧାସିଧା ଦଳ ଚେତାଇ ଦେଇଛି ମହିଳାଙ୍କୁ ସୁରକ୍ଷା ସରକାର ଯୋଗାଇ ନଦେଲେ ଦଳ ଲଢେଇ ଜାରୀ ରଖିବା ସହ ସବୁ ସଂଗଠନକୁ ନୈତିକ ସମର୍ଥନ ଦେବ । ସରକାର ନସୁଧୁରିଲେ ପରିସ୍ଥିତି ଭୟାଭୟ ହେବ ବୋଲି ବିଜେଡି ଚେତାଇ ଦେଇଛି ।

Latest Posts

Don't Miss