ପତ୍ନୀଙ୍କଠାରୁ ଭରଣପୋଷଣ ଦାବି କରି ହାଇକୋର୍ଟରେ ଜ୍ୟୋତି ମୋର୍ୟଙ୍କ ସ୍ୱାମୀ
1 min read
ଲକ୍ଷ୍ନୌ : ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା SDM ଜ୍ୟୋତି ମୋର୍ଯ୍ୟ ମାମଲା ଦିନକୁ ଦିନ ରୋଚକ ହେବାରେ ଲାଗିଛି । ବର୍ତ୍ତମାନ ଆଲୋକ ମୋର୍ଯ୍ୟ ଆଲ୍ଲାହାବାଦ ହାଇକୋର୍ଟରେ ପ୍ରୟାଗରାଜ ଫ୍ୟାମିଲି କୋର୍ଟକୁ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ଫ୍ୟାମିଲି କୋର୍ଟ ତାଙ୍କ ସ୍ତ୍ରୀ ଜ୍ୟୋତି ମୋର୍ଯ୍ୟଙ୍କ ଠାରୁ ଭରଣପୋଷଣ ଦାବି ଯାଚିକାକୁ ଖାରଜ କରିଥିଲେ । ଏବେ ଏହି ମାମଲାର ଶୁଣାଣୀ ଅଗଷ୍ଟ ୮ରେ ହେବ । ତେବେ ଏହାରି ଭିତରେ ଏକ ବଡ଼ ପ୍ରଶ୍ନ ଉଠୁଛି କି ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ହେଲେ ସ୍ବାମୀ କ’ଣ ସ୍ତ୍ରୀ ଠାରୁ ଭରଣପୋଷଣ ପାଇପାରିବ କି ? ଏନେଇ କ’ଣ ରହିଛି ଆଇନ୍ ?
ପ୍ରକୃତରେ ଜ୍ୟୋତି ମୋର୍ଯ୍ୟ ପ୍ରୟାଗରାଜ ଫ୍ୟାମିଲି କୋର୍ଟରେ ନିଜ ସ୍ବାମୀଙ୍କ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଏହାରିଭିତରେ ସ୍ବାୀ ଆଲୋକ ମୋର୍ଯ୍ୟ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୨୪ ଅନୁଯାୟୀ ସ୍ତ୍ରଙ୍କ ଠାରୁ ଭରଣପୋଷଣ ଦାବି ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ଯାହା ୪ ଜାନୁୟାରୀ ୨୦୨୫ରେ ଆବେଦନ କରାଯାଇଥିଲା । ଫ୍ୟାମିଲି କୋର୍ଟ ବିରୁଦ୍ଧରେ ହାଇକୋର୍ଟରେ ତାଙ୍କର ଏହା ପ୍ରଥମ ଆବେଦନ ଥିଲା ।
ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ଅନୁଯାୟୀ ଛାଡ଼ପତ୍ର ବା ଅନ୍ୟ ବୈବାହିକ ସମସ୍ୟା ପାଇଁ ସ୍ବାମୀ ନହେଲେ ସ୍ତ୍ରୀ ଭରଣପୋଷଣ ମାଗିପାରିବ । ଯଦି ଆର୍ଥିକ ରୂପରେ ସେ ବେରୋଜଗାର ଥିବ ଅଥବା ଭରଣପୋଷଣ ଦାବି କରିବା ପାଇଁ ସେ ଅସମର୍ଥ ଥିବ । ଏହି ବ୍ୟବସ୍ଥା ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ । କାହିଁକିନା ଏହା ଏକ ଲିଙ୍ଗ ନିରପେକ୍ଷ ପ୍ରାବଧ୍ୟାନ । ଅର୍ଥାତ ସ୍ବାମୀ ମଧ୍ୟ ନିଜ ଗୁଜରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ଠାରୁ ଭରଣପୋଷଣ ଦାବି କରିପାରିବ । ଯଦି ସେ ସାବ୍ୟସ୍ତ କରିଦେବକି ସେ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନୁହେଁ ଏବଂ ସ୍ତ୍ରୀର ଆୟ ପର୍ଯ୍ୟାପ୍ତ ଅଟେ ।
ତେବେ ଏହି ଯାଚିକାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୫ତାରିଖକୁ ସ୍ଥିର କରାଯାଇଛି । ଏହି ମାମଲା ନେଇ ଆଲୋକ କହିଛନ୍ତି ତାଙ୍କ ସ୍ତ୍ରୀ ଜଣେ ପ୍ରଶାସନିକ ଅଧିକାରୀ ଯେତେବେଳେକି ସେ ଜଣେ ସାଧାରଣ ସରକାରୀ ଚାକିରୀ କରିଛନ୍ତି । ଏବଂ ସେ ବହୁ ରୋଗରେ ପୀଡ଼ିତ ଅଛନ୍ତି । ଏଥିପାଇଁ ସେ ତାଙ୍କ ସ୍ତ୍ରୀ’ଙ୍କ ଠାରୁ ଭରଣପୋଷଣ ପାଇବା ପାଇଁ ହକଦାର ଅଟନ୍ତି ।
ସୂଚନା ଅନୁସାରେ, ୧୯ ନଭେମ୍ବର ୨୦୧୦ରେ ରାମ ମୁରାରୀ ମୌର୍ଯ୍ୟଙ୍କ ପୁଅ ଆଲୋକ ମୌର୍ଯ୍ୟଙ୍କୁ ଜ୍ୟୋତି ବିବାହ କରିଥିଲେ। ହେଲେ ବିବାହର ମାତ୍ର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ଦାମ୍ପତ୍ୟ ଜୀବନ ଭଲ ନଥିବା ଅଭିଯୋଗ ଆଣିଥିଲେ SDM ଜ୍ୟୋତି ମୋର୍ଯ୍ୟ। ଯାହାକୁ ନେଇ ଜ୍ୟୋତି ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କେସ୍ ଫେରାଇ ନନେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ଜ୍ୟୋତିଙ୍କ ଭିଡିଓକୁ ଏଡିଟ୍ କରି ଭାଇରାଲ କରିବା ଭଳି ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି।