spot_img

Latest Posts

ତୈଳ ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ରବିବାର ଚେନ୍ନାଇ ବନ୍ଦରରୁ ଡିଜେଲ ବୋଝେଇ ଏକ ମାଲବାହୀ ଟ୍ରେନରେ ତିରୁଭଲ୍ଲୁର ନିକଟରେ ନିଆଁ ଲାଗିଯାଇଥିଲା। ଟ୍ରେନର ଚାରୋଟି କୋଚ ଲାଇନଚ୍ୟୁତ ହୋଇଥିଲା ଓ ସେହି ସମୟରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।

ଚାରୋଟି କ୍ୟାନରେ ଡିଜେଲ ଭର୍ତ୍ତି କରାଯାଇଥିଲା ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଟ୍ରେନ୍‌ଟି ଡିଜେଲରେ ଭର୍ତ୍ତି କରାଯାଇଥିଲା ଏବଂ ନିଆଁ ଲାଗିଥିବା ଚାରୋଟି କୋଚକୁ ପୃଥକ କରିବା ପାଇଁ ବାକି ୪୮ କୋଚକୁ ବାହାର କରିବା କାମ ଦ୍ରୁତ ଗତିରେ ଚାଲିଛି। ଏହି ଦୁର୍ଘଟଣା ଯୋଗୁଁ ଚେନ୍ନାଇ-ଆରାକୋନମ୍ ରେଳ ସେକ୍ସନରେ ଟ୍ରେନ୍‌ଗୁଡ଼ିକର ଚଳାଚଳ ବନ୍ଦ ହୋଇଯାଇଛି।

ଟ୍ରେନରୁ ଦୂରେଇ ରହିବାକୁ ପ୍ରଶାସନ ନିବେଦନ କରିଛି । ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଟ୍ରେନ ଲାଇନଚ୍ୟୁତ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।

ନିକଟବର୍ତ୍ତୀ ଅଞ୍ଚଳରୁ ଏଲପିଜି ସିଲିଣ୍ଡର ହଟାଇ ଦିଆଯାଇଛି  । ଅଗ୍ନିକାଣ୍ଡ ଯୋଗୁଁ ଅନେକ ଟ୍ରେନ ପ୍ରଭାବିତ ହୋଇଛି ଦକ୍ଷିଣ ରେଳବାଇ ଟ୍ୱିଟ୍ କରି କହିଛି ଯେ ଥିରୁଭଲ୍ଲୁର ନିକଟରେ ଅଗ୍ନିକାଣ୍ଡ ଘଟଣା ଯୋଗୁଁ, ସୁରକ୍ଷା ଦୃଷ୍ଟିରୁ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି। ଏହି କାରଣରୁ, ଟ୍ରେନ ରୁଟ୍ ପରିବର୍ତ୍ତନ କରାଯାଇଛି।

Latest Posts

Don't Miss