spot_img

Latest Posts

ଲଞ୍ଚ ବେଳେ ବୋମା ବିସ୍ଫୋରଣ, ଟିଟିପି କମାଣ୍ଡର ନହତ

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନର ତେହରିକ-ଏ-ତାଲିବାନ (TTP)ର ଜଣେ ଆତଙ୍କବାଦୀ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଜଣକ ବୋମା ପରିଚାଳନା କରୁଥିବା ସମୟରେ ବିସ୍ଫୋରଣ ହୋଇ ତାଙ୍କର ମୃତ୍ୟୁ ହୋଇଛି । ସୂତ୍ର ଅନୁଯାୟୀ, ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ଏକ କ୍ୱାଡକପ୍ଟର ଲଞ୍ଚ କରିବାକୁ ଚେଷ୍ଟା କରୁଥିବା ସମୟରେ, ଆତଙ୍କବାଦୀ ଏହାକୁ ପରିଚାଳନା କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିରେ TTPର ଆତଙ୍କବାଦୀ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା।

ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ନାମ କମାଣ୍ଡର ୟାସିନ ଓରଫ ଅବଦୁଲ୍ଲା। ଆଫଗାନିସ୍ତାନ ସୀମାନ୍ତ ଖାଇବର ଜିଲ୍ଲାର ତିରାହ ଘାଟିରେ ଏକ କ୍ୱାଡକପ୍ଟର ଉଡ଼ାଇବାକୁ ଚେଷ୍ଟା କରୁଥିବା ସମୟରେ ଏକ ବୋମା ବିସ୍ଫୋରଣ ହେବାରୁ ଆତଙ୍କବାଦୀ ଅବଦୁଲ୍ଲାର ମୃତ୍ୟୁ ହୋଇଥିଲା।

ସୂତ୍ର ଅନୁଯାୟୀ, ବୋମା ବିସ୍ଫୋରଣରେ କମାଣ୍ଡର ଅବଦୁଲ୍ଲାଙ୍କ ଆଉ ଦୁଇ ଜଣ ସାଥୀ ଗୁରୁତର ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ୟାସିନ ଏବଂ ତାଙ୍କ ଗୋଷ୍ଠୀ ମେ ୨୪ ତାରିଖରେ ଆନୁଷ୍ଠାନିକ ଭାବରେ ନିଷିଦ୍ଧ ଟିଟିପିରେ ଯୋଗ ଦେଇଥିଲେ।

ତେହେରିକ-ଏ-ତାଲିବାନ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ। ଏହି ସଂଗଠନ ୨୦୦୭ ମସିହାରେ ଗଠିତ ହୋଇଥିଲା। ସଂଗଠନର ପ୍ରତିଷ୍ଠାତା ନେତା ଥିଲେ ବୈତୁଲ୍ଲା ମେହସୁଦ। ଏହାର ମୂଳ ଆଫଗାନିସ୍ତାନ/ପାକିସ୍ତାନ ସୀମାରେ ଅବସ୍ଥିତ। କିଛି ଆକଳନ ଅନୁଯାୟୀ, ଟିଟିପିର ୩୦,୦୦୦ ରୁ ୩୫,୦୦୦ ସଦସ୍ୟ ଅଛନ୍ତି।

Latest Posts

Don't Miss