spot_img

Latest Posts

ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ବର : ରାଜ୍ୟ ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍ । ଗତକାଲି ବସ ଚଳାଚଳ ନେଇ ସୂଚନା ଦେଇଥିଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ। ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ହୋଇଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ବନ୍ଦ ଥିଲା ବସ ଚଳାଚଳ। ଡ୍ରାଇଭର ମହାସଂଘ ଜିଦଖୋର ମନୋଭାବରୁ ନିବୃତ ରହିବାକୁ କଟକ ବସ ମାଲିକ ସଂଘ ନିବେଦନ କରିଛି। ଯଦି ସରକାର ଡ୍ରାଇଭର ମହାସଂଘର ଦାବିକୁ କିଛିଟା ମାନି ନେଇଛନ୍ତି ତାହେଲେ ସେମାନଙ୍କୁ ଲେଖି କରି ଦେବାରେ ଅସୁବିଧା କେଉଁଠି ରହିଛି। ଏହାସହିତ ଆମେ ବସଚଳାଚଳା କାଁ ଭାଁ ଜାରି ରଖିଥିଲୁ। କିନ୍ତୁ ବାଟରେ ଆମ ଗାଡ଼ିକୁ ଅଟକାଇ କେତେକ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହି କ୍ଷତିର ଭରଣା କରିବ କିଏ ? ଏ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯ ବସ ମାଲିକ ସଂଘ। ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଟ୍ରକ୍ ପରିବହନ ବନ୍ଦ ରହିଛି। ବିଭିନ୍ନ ସ୍ଥାନରୁ ଆସି ପାରୁନି ଜିନିଷପତ୍ର। ଆନ୍ଦୋଳନ ଯୋଗୁ ଗଡ଼ୁନି ଟ୍ରକ।ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସମସ୍ତ ଡ୍ରାଇଭର ଧର୍ମଘଟରେ ଅଛନ୍ତି। ତେଣୁ ମାଲିକମାନେ ନିରୁପାୟ। ଏଭଳି ସ୍ଥିତିରେ ବସ ମାଲିକ ସଂଘ କେମିତି ଗାଡ଼ି ଚଳାଇବେ, ତାହା ସେମାନଙ୍କୁ ଜଣା। କିନ୍ତୁ ଧର୍ମଘଟ ପ୍ରତ୍ୟାହାର ନେଇ ଡ୍ରାଇଭର ମହାସଂଘ କୌଣସି ସୂଚନା ଦେଇନଥିବା କହିଛନ୍ତି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ।

Latest Posts

Don't Miss