ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵରରେ ରାହୁଲଙ୍କ ସମ୍ବିଧାନ ବଞ୍ଚାଅ ସମାବେଶ। ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ରାହୁଲ। କହିଛନ୍ତି ଓଡ଼ିଶା ସରକାରଙ୍କ କାମ କେବଳ ଓଡ଼ିଶାର ଧନ ଚୋରି କରିବା। ଓଡ଼ିଶାର ଗରିବ, ଜନତା, ପଛୁଆ ବର୍ଗ ଗୋଟିଏ ପଟେ ଆଉ ଅନ୍ୟପଟେ ମୁଷ୍ଟିମେୟ ଧନୀ ଓ ରାଜ୍ୟ ସରକାର। ବିଜେପି ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ବିହାରରେ ନିର୍ବାଚନ ଚୋରି କରୁଛି ବିଜେପି। ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭାରେ ଜାଲିଆତି ହୋଇଛି । ମହାରାଷ୍ଟ୍ରରେ ଏତେ ଭୋଟର କୁଆଡୁ ଆସିଲେ। ଭୋଟର ତାଲିକା, ଭିଡିଓଗ୍ରାଫି ମାଗିଲେ ଦେଉନାହାନ୍ତି EC । ମହାରାଷ୍ଟ୍ର ପରି ବିହାରରେ ବି ଘଟିବାକୁ ଯାଉଛି ।
ଆଦିବାସୀଙ୍କୁ ପଟ୍ଟା ଦିଆଯାଉନାହିଁ । ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଲୁଟିବାକୁ ଯୋଜନା । ବିକାଶ ଧନୀମାନଙ୍କର ନୁହେଁ, ବିକାଶ ଓଡ଼ିଶାବାସୀଙ୍କ ହେବା ଦରକାର। ରାଜ୍ୟ ସରକାର ୨୪ ଘଣ୍ଟା ଜମି, ଜଙ୍ଗଲ ଲୁଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ବୀମା ଯୋଜନା ନାଁରେ ଲୋକଙ୍କୁ ପ୍ରତାରଣା। ଓଡ଼ିଶାର ଚାଷୀ ବୀମା ଯୋଜନା ପାନାହାନ୍ତି। ସମ୍ବିଧାନ ଉପରେ ଆକ୍ରମଣ ଚାଲିଛି ।
ସମ୍ବିଧାନ ଗରିବ ଶ୍ରମିକ, କୃଷକଙ୍କୁ ରକ୍ଷା କରୁଛି। ଏହି ଦେଶ ଧନୀଙ୍କ ନୁହେଁ, ଏହା ଦେଶବାସୀଙ୍କର ବୋଲି କହିଛନ୍ତି । ରାଜ୍ୟରେ ୪୦ ହଜାର ମହିଳା ଗାଏବ ହୋଇଯାଇଛନ୍ତି। ପ୍ରତିଦିନ ଓଡ଼ିଶାରେ ୧୫ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି । ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଛି । ଓଡ଼ିଶାରେ ଲୋକଙ୍କ ସରକାର ଚାଲୁନାହିଁ ।
ରାଜ୍ୟ ସରକାର ଲୋକଙ୍କ ଭବିଷ୍ୟତ ଚୋରି କରୁଛନ୍ତି । ରାଜ୍ୟର ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ନାହିଁ । ପ୍ରାକୃତିକ ସମ୍ପଦର ହେଉଛି ଲୁଟ୍ । ରାଜ୍ୟର ଛୋଟ ବ୍ୟବସାୟୀଙ୍କୁ ଖତମ କରିଦିଆଯାଉଛି। ଓଡ଼ିଶାର ପଛୁଆବର୍ଗ, ଦଳିତ ହୋଇଛନ୍ତି ତଳିତଳାନ୍ତ। ରାଜ୍ୟରେ କେତେ ଆଦିବାସୀ ଅଛନ୍ତି ତାହାର ସୂଚନା ନାହିଁ। ସର୍ବପ୍ରଥମ କର୍ତ୍ତବ୍ୟ ଜାତି ଜନଗଣନା। ଜାତି ଜନଗଣନା ଯୋଗୁ ପଛୁଆବର୍ଗ, ଦଳିତ ସଶକ୍ତ ହେବେ ।
ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଲେ ରାହୁଲ୍

