ସୁନୀଲ ଗାଭାସ୍କର କୋଟି କୋଟି ଟଙ୍କାର ମାଲିକ: ତାଙ୍କର ମୋଟ ସମ୍ପତ୍ତି କେତେ?

1 min read

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ୭୬ ବର୍ଷରେ ପାଦ ଦେଇଛନ୍ତି । ଗାଭାସ୍କର ନିଜ କ୍ୟାରିୟରରେ ଅନେକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଗାଭାସ୍କର ସର୍ବପ୍ରଥମେ ଟେଷ୍ଟରେ ୧୦ ହଜାର କ୍ଲବରେ ସାମିଲ ହୋଇଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୩୪ଟି ଶତକ ରହିଛି । ମୈଦାନ ବାହାରେ ମଧ୍ୟ ସେ ଜଣେ ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କ ନାମରେ ଅନେକ ସମ୍ପତ୍ତି ରହିଛି । ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିବା ସହ ବିସିସିଆଇ ତରଫରୁ ତାଙ୍କୁ ପେନସନ ମଧ୍ୟ ମିଳିଥାଏ ।

ଗାଭାସ୍କରଙ୍କର ନେଟଓ୍ବର୍ଥ ୨୫୦ କୋଟିରୁ ଅଧିକ ବୋଲି କୁହାଯାଉଛି । ରିପୋର୍ଟସ ମୁତାବକ,  ଗାଭାସ୍କର କ୍ରିକେଟ କମେଣ୍ଟ୍ରିରୁ ସବୁଠାରୁ ବେଶି ଇନକମ୍ କରିଥାନ୍ତି । ଆଇସିସି ଓ ଆଇପିଏଲ କମେଣ୍ଟ୍ରି ଦାୟିତ୍ବ ନିର୍ବାହ କରି ଗାଭାସ୍କର ୩୦-୩୬ କୋଟି ଟଙ୍କା ରୋଜଗାର କରିଥାନ୍ତି । ବିସିସିଆଇ ତରଫରୁ ମ୍ୟାଚ ଚୁକ୍ତି ଜରିଆରେ ସେ ୬ କୋଟି ପାଇଥାନ୍ତି । ବିସିସିଆଇର ପେନସନ ସ୍କିମ ଅଧିନରେ ୭୫ ବା ତା’ଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ଖେଳାଳିଙ୍କୁ ପ୍ରତି ମାସରେ ୭୫ ହଜାର ଟଙ୍କା ପେନସନ ମିଳିଥାଏ । ଗାଭାସ୍କରଙ୍କ ମୁମ୍ବାଇରେ ଏକ ସି-ଫେସିଂ ଆପାର୍ଟମେଣ୍ଟ ରହିଛି । ତା’ର ମୂଲ୍ୟ ପାଖାପାଖି ୨୦ କୋଟି ହେବ । ଦୁବାଇରେ ମଧ୍ୟ ତାଙ୍କ ନାମରେ ପ୍ରପର୍ଟି ରହିଛି ।ଗାଭାସ୍କରଙ୍କ କାର କଲେକ୍ସନରେ BMC ୫-ସିରିଜ ଓ ୭-ସିରିଜ ସାମିଲ ରହିଛି ।