spot_img

Latest Posts

ରଥଯାତ୍ରା ଦଳାଚକଟା ଘଟଣା: ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବ

ପୁରୀ: ରଥଯାତ୍ରା ଦଳାଚକଟା ଘଟଣାର ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବ। ଅପରାହ୍ନ ୩ଟାରୁ ଲୋକମାନେ ଆସି ତଥ୍ୟ ଦେଇପାରିବେ। କେମିତି ଦଳାଚକଟା ହେଲା, କାହିଁକି ହେଲା, ସେମାନେ କଣ ଦେଖିଛନ୍ତି, ଏଥିରେ କାହାର ଦୋଷ ଥିଲା, ସୁରକ୍ଷା ବ୍ୟବସ୍ଥା ଠିକ୍ ଥିଲା କି ନାହିଁ, ଭିଡ଼ ପରିଚାଳନା ପାଇଁ ଯଥେଷ୍ଟ ପୋଲିସ ଥିଲେ କି ନାହିଁ ଏସବୁର ତଥ୍ୟ ସଂଗ୍ରହ କରାଯାଉଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ଵରେ ପୁରା ଘଟଣାର ତଦନ୍ତ ହେଉଛି। ଗତକାଲି ଭୁବନେଶ୍ଵରରେ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ରାଜ୍ୟ ଅତିଥି ଭବନରେ ନିଜେ ଉପସ୍ଥିତ ଥିଲେ ଅନୁ ଗର୍ଗ। ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ଭିଡିଓ ତଥ୍ୟ ଥିଲେ, ଏହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ଇମେଲେ ଯୋଗେ ପଠାଇ ପାରିବେ ବୋଲି କୁହାଯାଇଛି। ଏଥିଲାଗି ଇମେଲ୍ ଜାରି କରାଯାଇଥିଲା। [email protected] ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି।

Latest Posts

Don't Miss