ଆମ୍ବ ପାଇଁ ସ୍ବାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ ; ବିହାର ସିବାନ ଜିଲ୍ଲାରଚ ଏକ ଅତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଭଗବାନପୁର ହାଟ ଥାନା ଅଞ୍ଚଳଦିଗର ଗାଁର ଜଣେ ମହିଳା ଜୀବନ ହାରିଛନ୍ତି । ସ୍ବାମୀଙ୍କ ସହ ଝଗଡା ପରେ ମହିଳା ଜଣଙ୍କ ଏହି ପଦକ୍ଷେପ ନେଇଛନ୍ତି । ରବିବାର ରାତିରେ ଆମ୍ବ ଖାଇବାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ କୋଠରି ଭିତରେ ରଶି ଲଗାଇ ଜୀବନ ହାରିଲେ ମହିଳା । ମୃତକ ଜଣଙ୍କ ହେବେଳେ ଚନ୍ଦା ଦେବୀ । ଘଟଣା ଘଟିବା ପରେ ପରିବାର ଲୋକ ଘର ଛାଡି ଚାଲିଯାଇଥିଲେ । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ସଦର ହସ୍ପିଟାଲକୁ ପଠାଇଛି । ମୃତ ମହିଳାଙ୍କ ସ୍ବାମୀ ଚଣ୍ଡିଗଡରେ ଏକ କମ୍ପାନୀରେ କାମ କରନ୍ତି । ସେ ରବିବାର ଦିନ ଘରକୁ ଆସିଥିଲେ ।

ସ୍ବାମୀ ରାତିରେ ଖାଇବା ସମୟରେ ସ୍ତ୍ରୀକୁ ଆମ୍ବ ମାଗିଥିଲେ । ସ୍ତ୍ରୀ ଆମ୍ବ ଆଣି ଖାଇବାକୁ ଦେଲେ । ସ୍ବାମୀ ଆମ୍ବ ଧୋଇ ଆଣିବା ପାଇଁ କହିଥିଲେ । ଏଥିରେ ସ୍ତ୍ରୀ  ରାଗିଯାଇ ଆମ୍ବ ଧୋଇବା ପାଇଁ ମନା କରିଦେଇଥିଲେ । ଆଉ ସ୍ବାମୀଙ୍କୁ କହିଲେ ତୁମେ ମତେ ଏପରି ହଇରାଣ କରୁଛ । ଯଦି ତମେ ମତେ ଏପରି ହଇରାଣ କର ତାହା ହେଲେ ମୁଁ ମରିଯିବି । ଏହା ପରେ ସ୍ବାମୀ ତାଙ୍କୁ ମରିଯିବାକୁ କହିଲେ । ସ୍ତ୍ରୀ କଠୋରୀ ଭିତରକୁ ଯାଇ ରଶି ଲଗାଇ ଜୀବନ ହାରିଦେଲେ । ମୃତ ମହିଳାଙ୍କ ୧୦ ବର୍ଷର ପୁଅ ବାପା ମାଆଙ୍କ ଝଗଡା ବିଷୟରେ କହିଲା ।

ଏହି ଘଟଣାକୁ ନେଇ ବର୍ତ୍ତମାନ କିଛି କହିହେବନି ବୋଲି ପୋଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ଯାଇ ସତ ଜଣାପଡିବ ।