ପୂଜକଙ୍କୁ ତାଲା ପକାଇ ମନ୍ଦିରରୁ ଲୁଟ୍
ନନ୍ଦିଘୋଷ ବ୍ୟୁରୋ: ପୂଜକଙ୍କୁ ଘର ଭିତରେ ତାଲା ପକାଇ ମନ୍ଦିରରୁ ଲୁଟ୍ ଅଭିଯୋଗ। ବ୍ରହ୍ମପୁର ଖଲ୍ଲିକୋଟ ଥାନା ୧୬ ନମ୍ୱର ଜlତୀୟ ରାଜପଥ କଡରେ ଥିବା ଡାଳଖାଇ ମନ୍ଦିରରୁ ଲୁଟ୍ ହୋଇଛି। ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତ କାଲି ରାତିରେ ମନ୍ଦିରରୁ ଲୁଟ୍ ହୋଇଥିବାବେଳେ ଚୋରୀର ଭିଡିଓ CCTV ରେ କଏଦ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
