ପାଣିଟାଙ୍କି ଉପରେ ଚଢ଼ି ମହିଳାଙ୍କ ହାଇଡ୍ରାମା

ନନ୍ଦିଘୋଷ ବ୍ୟୁରୋ: ଓଭରହେଡ ପାଣି ଟାଙ୍କି ଉପରେ ଚଢି ଜଣେ ମାନସିକ ବିକୃତ ମହିଳାଙ୍କ ହାଇଡ୍ରାମା। କେନ୍ଦୁଝର ଜିଲ୍ଲା ଘଟଗାଁ ବଜାର ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଭରହେଡ ପାଣି ଟାଙ୍କି ଉପରେ ଚଢ଼ି ଓହ୍ଲାଇବାର ନାଁ ଧରୁନି । ଦୀର୍ଘ ଘଣ୍ଟା ହେବ  ମହିଳା ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି ଅଗ୍ନିଶମ ବାହିନୀ।  ଉଦ୍ଧାର କରିବାକୁ ପାଖକୁ ଗଲେ ମହିଳା ଜଣଙ୍କ ବାଡି ଦେଖାଇବା ସହ ଏପଟେ ସେପଟେ ଦୌଡୁଛି ।  ଯାହାଫଳରେ ଉଦ୍ଧାର କରିବା କଷ୍ଟକର ହୋଇପଡିଛି । ମହିଳାଙ୍କୁ ଉଦ୍ଧାର ପାଇଁ ନୟାନ୍ତ ହେଲେଣି ଅଗ୍ନିଶମ କର୍ମଚାରୀ ।