ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ, ଶୁବମନଙ୍କ ଦ୍ବିଶତକ ହାସଲ

1 min read

ନନ୍ଦିଘୋଷ ବ୍ୟୁରୋ: ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ବିଶାଳ ସ୍କୋର ଦିଗରେ ଆଗେଇ ଚାଲିଛି । ଅଧିନାୟକ ଶୁବମନ ଗିଲଙ୍କ ଦ୍ବିଶତକ ଟିମ ଇଣ୍ଡିଆକୁ କରିଛି ବୁଷ୍ଟ ଅପ । ଦ୍ବିତୀୟ ଦିନରେ ଶୁବମନ ଜବରଦସ୍ତ ପ୍ରଦର୍ଶନ କରି କ୍ୟାରିଅରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ୩୧୧ ବଲରେ ଆକର୍ଷଣୀୟ ଦ୍ବିଶତକ ହାସଲ କରି ଭାରତ ନିଜକୁ ଇଂଲଣ୍ଡ ବିପକ୍ଷରେ ମଜଭୁତ କରିବାକୁ ଚେଷ୍ଟା ଚଳାଇଛି । ତେବେ ଶୁବମନ ପ୍ରଥମ ଟେଷ୍ଟରେ ମଧ୍ୟ ଶତକ କରିଥିଲେ । ଆଜି ମୁକାବିଲାର ଦ୍ହିତୀୟ ଦିନ । ଇଂଲଣ୍ଡ ଟସ ଜିତିବା ପରେ ଭାରତ ଆରମ୍ଭ କରିଥିଲା ବ୍ୟାଟିଂ । ପ୍ରଥମ ଦିନରେ ଭାରତ ୫ ୱିକେଟ ହରାଇ ୩୧୦ ରନ କରିଥିଲା । ଆଜି ୩୧୦ରୁ ବ୍ଯାଟିଂ କରି ଭାରତ ଏବେ ସୁଦ୍ଧା ଆଉ ଗୋଟିଏ ୱିକେଟ ହରାଇ ୪୭୦ ରନ ପାର କରିଯାଇଛି । ଇଂଲଣ୍ଡ ବିରୋଧରେ ପ୍ରଥମ କ୍ଯାପଟେନ ଭାବେ ଦ୍ବିଶତକ ମାରି ରେକର୍ଡ କରିଛନ୍ତି । ପୂର୍ବରୁ କ୍ଯାପଟେନ ଭାବରେ ମହମ୍ମଦ ଆଝାରୁଦ୍ଦିନ ୧୯୯୦ ମସିହାରେ ୧୭୯ ରନ କରିଥିଲେ ।.. ..