ନିଜ କାନ୍ଧରେ ଲଙ୍ଗଳ ନେଇ କରୁଥିଲେ ଚାଷ, ଏବେ ପାଇବେ ୧. ୨୫ ଲକ୍ଷ ଟଙ୍କା ସହ ଟ୍ରାକ୍ଟର
1 min read
ପୁଣେ: ନିଜେ ବଳଦ ହୋଇ ଜମିରେ ଚାଷ କରୁଥିଲେ । ଏବେ ପାଇବେ ଟ୍ରାକ୍ଟର ସହ ୧. ୨୫ ଲକ୍ଷ ଟଙ୍କା । ଗରିବ ଯେ ମଣିଷକୁ କେଉଁ ପରିସ୍ଥିତିକୁ ନେଇଯାଏ ତାହା ଏହି ଫଟୋରୁ ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଜଣେ ଚାଷୀଙ୍କ ଏହି ଦୁଃଖଭରା କାହାଣୀ ଜାଣିଲା ପରେ ଆପଣ ଆତ୍ମା କାନ୍ଦିବ ନିଶ୍ଚୟ । ସରକାରୀ ସୁବିଧା ପାଇବାରୁ ଏମାନେ ବଞ୍ଚିତ । ପାଖରେ କିଛି ନାହିଁ । ଜମି ଚାଷ କରିବେ ତ କରିବେ କିପରି ତେଣୁ ନିଜେ ବଳଦ ହୋଇ ଜମିରେ ଖଟୁଛନ୍ତି । ଜାଣନ୍ତୁ ଏହି ଚାଷୀଙ୍କ କାହାଣୀ ।
ମହାରାଷ୍ଟ୍ରର ଏହି ଚାଷୀଙ୍କ ନାମ ହେଉଛି ଆମ୍ବାଦାସ ପାଓ୍ବାର । ତାଙ୍କ ବୟସ ୭୬ ବର୍ଷ । ସରକାରୀ ଯୋଜନା ତାଙ୍କ ପାଇଁ ସ୍ବପ୍ନ । କରଜ ଯୋଗୁ ତାଙ୍କୁ ନିଜର ଥିବା ବଳଦ ବିକିବାକୁ ପଡ଼ିଥିଲା । ଗତ ଦଶନ୍ଧି ଧରି ସେ ନିଜେ ହଳ ଲଙ୍ଗଳ ନିଜ କାନ୍ଧରେ ରଖି ହଳ କରୁଛନ୍ତି । ଆମ୍ବାଦାସ ପାଓ୍ବାର ଏବଂ ତାଙ୍କ ସ୍ତ୍ରୀ ମୁକ୍ତାବାଇ ଆମ୍ବାଦାସ ପାଓ୍ବାର ଲାଟୁର ଜିଲ୍ଲାର ହାଡୋଲଟି ଗାଁରେ ରୁହନ୍ତି । ଝିଅ ବିବାହିତ ଏବଂ ପୁଅ ସହରରେ କାମ କରେ । ପରିବାରକୁ ସାହାଯ୍ୟ କରିବା ପାଇଁ ପୁଅ ପାଖରେ ଯଥେଷ୍ଟ ଆୟ ନାହିଁ । ଏଥିପାଇଁ ସେ ତାଙ୍କ ପତ୍ନୀଙ୍କୁ ନେଇ ଦୀର୍ଘ ୧୦ ବର୍ଷ ହେବ ଚାଷ କାମ କରନ୍ତି । ଅମ୍ବାଦାସ କୁହନ୍ତି ଯେ, ତାଙ୍କୁ ଏ ଯାଏ କୌଣସି ସରକାରୀ ସୁବିଧା ମିଳିନାହିଁ । ଚାଷୀ ପରିଚୟପତ୍ର ନଥିବାରୁ ତାଙ୍କର ଏହି ଅସୁବିଧା ହୋଇଛି ।
#WATCH | Maharashtra | An elderly farmer tills dry land by tying himself to traditional plough in drought-hit area in Latur pic.twitter.com/9geMReVGB0
— ANI (@ANI) July 2, 2025
ଏହି ଖବର ସରକାରଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ଟ୍ରାକ୍ଟର ଏବଂ ୧. ୨୫ ହଜାର ଟଙ୍କା ମିଳିବ । କୃଷି ଅଧିକାରୀମାନେ କୃଷକ ପରିଚୟପତ୍ରର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତାଙ୍କ ଉପରେ ୪୦ ହଜାର ଟଙ୍କର ଋଣ ରହିଛି ଯାହାକୁ ସେ ପରିଶୋଧ କରିବାକୁ ଅସମର୍ଥ । ଏହାକୁ ଛାଡ଼ କରିବାକୁ ଯଦି ସେ ସରକାରରଙ୍କୁ ଅନୁରୋଧ କରନ୍ତି ତାହାଲେ ଲାଭ ମିଳିବ ।
ଜଣେ ବ୍ୟକ୍ତି ତାଙ୍କର ଚାଷ କରିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଗଲା । ଏବଂ ଏବେ ସରକାରଙ୍କ ପାଖରେ ପହଞ୍ଚି ରାଜନୈତିକ ପ୍ରସଙ୍ଗ ପାଲଟିଛି ।