କିଏ ଏହି ସୋହମ, ଯିଏ ୫ କମ୍ପାନୀରେ କାମ କରି ଦିନକୁ ରୋଜଗାର କରନ୍ତି ୨.୫ ଲକ୍ଷ ଟଙ୍କା?

1 min read

ନନ୍ଦିଘୋଷ ବ୍ୟୁରୋ: ଜଣେ ଭାରତୀୟ ଟେକ୍ ବିଶେଷଜ୍ଞଙ୍କ ଉପରେ ଏକକାଳୀନ ଅନେକ ଷ୍ଟାର୍ଟଅପରେ କାମ କରିବାର ଅଭିଯୋଗ ଆସିଛି । ଜଣେ ଆମେରିକୀୟ ଏହି ବିଶେଷଜ୍ଓଙ୍କ ଉପରେ ଅନେକ କମ୍ପାନୀକୁ ଠକିଥିବାର ଅଭିଯୋଗ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାଁ ହେଉଛି ସୋହମ ପାରେଖ । ଜଣେ ରେଡିଟ ବ୍ୟବହାରକାରୀ କହିଛନ୍ତି ସେ ଏକାଥର ୫ଟି କାମ କରି ପ୍ରତିବର୍ଷ ୬.୮୫ ଟଙ୍କା ରୋଜଗାର କରନ୍ତି । ହେଲେ ସୋହମ କାମ କିପରି କରନ୍ତି ? କେମିତି ଏତେଟଙ୍କା ରୋଜଗାର କରନ୍ତି ?

ସୋହମ ପାରେଖ ଜଣେ ଭାରତୀୟ ଟେକନିସିଆନ୍ । ସେ ଏକାଥରେ ଅନେକ ଷ୍ଟାର୍ଟଅପରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଜଣେ ଆମେରିକୀୟ ଉଦ୍ୟୋଗୀ ଦାବି କରିଛନ୍ତି ଯେ, ସେ ମୁନଲାଇଟିଂ କରନ୍ତି । ସେ ମାଉସ ଜଗଲର ବ୍ୟବହାର କରନ୍ତି । ମାଉସ ଜଗଲର ହେଉଛି ଏକ ଛୋଟ ଡିଭାଇସ ଯାହା କମ୍ପ୍ୟୁଟରର କର୍ସରକୁ ସାମାନ୍ୟ ଘୁଞ୍ଚାଇ ରଖେ । ଏହି ଡିଭାଇସ ଲଗାଇଲେ କର୍ସର ଘୁଞ୍ଚୁଥାଏ । ଏମିତି ଲାଗିଥାଏ ଯେପରି କେହି କମ୍ପ୍ୟୁଟରରେ ବସି କାମ କରୁଛି ।

AI ଉପକରଣ ବ୍ୟବହାର କରି ଏପରି କରାଯାଇପାରେ । ଯିଏ ଏକାଥର ୫ଟି କମ୍ପାନୀରେ କାମ କରନ୍ତି ସେ ସିସିଟିଭି କ୍ୟାମେରା ବନ୍ଦ ରଖନ୍ତି ଏବଂ ଛୁଟି ନିଅନ୍ତି । ଏହିପରି କରି ସୋହମ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏପରି କରି ସଫଳତା ପାଇବା ପଛରେ ମିଛ ଏବଂ ଠକିବା ହେଉଛି ମୂଳମନ୍ତ୍ର ।

ସୋହମ ଘରେ ରହି କାମ କରନ୍ତି ଏବଂ ବୈଠକକୁ ଯାଆନ୍ତିନାହିଁ । ନିଜକୁ ପରାମର୍ଶଦାତା ବୋଲି କହି କେବଳ ଅଫିସର ମୁଖ୍ୟ କାମ କରନ୍ତି ଏବଂ ଫୋନ କଲରୁ ଦୂରେଇ ରୁହନ୍ତି । ତେବେ ସେ ମୁନଲାଇଟିଂ କରୁଥିବା ଅଭିଯୋଗ ହୋଇଛି । ଏହାର ଅର୍ଥ ଆପଣ ଆପଣଙ୍କ ମୁଖ୍ୟ କାମ ବ୍ୟତିତ ଗୁପ୍ତ ଭାବେ ଅନ୍ୟ କାମ କରିବା ।