କୋଭିଡ ଟିକା ନିରାପଦ, କ୍ଷତିକାରକ ନୁହେଁ : ଡାକ୍ତର ମୋହିତ ଗୁପ୍ତା

ନନ୍ଦିଘୋଷ ବ୍ୟୁରୋ: କୋଭିଡ ଟିକା ନିରାପଦ । କ୍ଷତିକାରକ ନୁହେଁ । ଏହା ସୁରକ୍ଷା କବଚ ସଦୃଶ । ଏପରି ଆଶ୍ବସ୍ତିକର ମତାମତ ରଖିଛନ୍ତି ଦିଲ୍ଲୀର ଜି ବି ପନ୍ତ ହସପିଟାଲର ହୃଦବିଶେଷଜ୍ଞ ତଥା ପ୍ରଫେସର ଡାକ୍ତର ମୋହିତ ଗୁପ୍ତା । ସେ କହିଛନ୍ତି, ତାଙ୍କ ଡାକ୍ତରଖାନା ପାଖାପାଖି ୧୬ଶହ ହୃଦରୋଗୀଙ୍କ କେସ ଅନୁଧ୍ୟାନ କରି ଏହି ନିଷ୍କର୍ସରେ ପହଞ୍ଚିଛି । ଡାକ୍ତରଖାନାକୁ ଆସିଥିବା ହୃଦରୋଗୀଙ୍କୁ ଦୁଇ ଭାଗ କରାଯାଇଥିଲା । ଯେଉଁମାନେ କୋଭିଡ ଟିକା ନେଇଥିଲେ ସେମାନଙ୍କୁ ହାର୍ଟ ଆଟାକ ହେବା କ୍ଷୀଣ । ଏପରିକି ସେମାନଙ୍କ ଅନ୍ଯ ରୋଗ ସମ୍ବନ୍ଧୀୟ ମୃତ୍ଯୁ କିମ୍ବା ହଠାତ ମୃତ୍ଯୁକୁ ମଧ୍ୟ ଏଡାଇ ଦିଆଯାଇପାରୁଛି । ରୋଗୀଙ୍କୁ ୩୦ ଦିନରୁ ୬ ମାସ ଯାଏଁ ନିରୀକ୍ଷଣ କଲାପରେ ଡାକ୍ତରଖାନା ଏପରି ସିଦ୍ଧାନ୍ତରେ ଉପନୀତ ବୋଲି କହିଛନ୍ତି ଡାକ୍ତର ଗୁପ୍ତା । ତେଣୁ ଷ୍ଟଡିରୁ ଜଣାପଡିଛି ଯେ, କୋଭିଡ ଟିକା କ୍ଷତିକାରକ ନୁହେଁ । ଏହା କେବଳ ଜିବି ପନ୍ତ ଡାକ୍ତରଖାନାର ସିଦ୍ଧାନ୍ତ ନୁହେଁ, ଆଇସିଏମଆର ମଧ୍ଯ ଏହାକୁ ମାନିଛି । ଏହି ଷ୍ଟଡିରେ କୋଭାକ୍ସିନ ଓ କୋଭିସିଲଡ ଉଭୟ ଟିକା ନେଇଥିବା ରୋଗୀଙ୍କୁ ସାମିଲ କରାଯାଇଥିଲା ।