ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେଡି : ବିଏମସି ଘଟଣାର ଷଡଯନ୍ତ୍ରକାରୀକୁ ବାନ୍ଧ
1 min read
ଭୁବନେଶ୍ବର : ବିଏମସି ଘଟଣାର ଷଡଯନ୍ତ୍ରକାରୀକୁ ବାନ୍ଧ । ସମସ୍ତଙ୍କୁ ଗିରଫ କର । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେଡି । କଂଗ୍ରେସର ଅଭିଯୋଗ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି । ଓଡିଶାରେ ଚାଲିଛି ଜଙ୍ଗଲରାଜ। ଅସୁରକ୍ଷିତ ସରକାରୀ ଅଧିକାରୀ । ଲୋକଙ୍କ ସରକାରରେ ସରକାରୀ କାର୍ଯ୍ୟାଳୟରେ ସରକାର ଅଧିକାରୀ ଅସୁରକ୍ଷିତ । ବିଜେପିର ବର୍ଷେ ଶାସନର ଭିତରେ ଭୁଶୁଡିଛି ଆଇନ ଶୃଙ୍ଖଳା ଓ ସବୁଠି ଦେଖାଦେଇଛି ଘୋର ଅରାଜକତା । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ଖୁବ ବର୍ଷିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ସମସ୍ତ ଦୋଷୀଙ୍କୁ ଗିରଫ କରାଯାଉ । ଯିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଯିଏ ଟିଭିରେ ବାହାରି ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ପିଲା ବୋଲି, ତାଙ୍କୁ ତୁରନ୍ତ ଗିରଫ କରାଯାଉ। ସରକାରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି ବୋଲି ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା ଅଭିଯୋଗ କରିଛନ୍ତି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ଯେଉଁ ସ୍ମାରକ ପତ୍ର ଦେଇଛନ୍ତି ସେଥିରେ ଉଲ୍ଲେଖ ଅଛି ଯେ, ବର୍ଷେ ହେଲା ଅଫିସର ମାନଙ୍କୁ ଭୟଭୀତ କରାଯାଉଛି । ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତକାଲି ଘଟଣା ଅଭାବନୀୟ। ଆମେ ସମସ୍ତେ ଅସୁରକ୍ଷିତ ହୋଇପଡିଛୁ । ଚକ୍ରାନ୍ତକାରୀ ବିଜେପି ନେତାଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ତଦନ୍ତ କରନ୍ତୁ ବୋଲି ମେୟର ଦାବି କରିଛନ୍ତି । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅଭିଯୋଗ କରିଛନ୍ତି ଭୁବନେଶ୍ଵରରେ ଆଇନକାନୁନ ନାହିଁ। ଜାତୀୟ ଗଣମାଧ୍ୟମରେ ବି ଘଟଣାକୁ ନେଇ ଚର୍ଚ୍ଚା । ପଶୁ କି ଶବକୁ ଏପରି ଘୋଷାଡ଼ିକି ନେଲେ କେହି ବି ସହିବେନି। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ବିଏମସି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଏମସିର ଜନଶୁଣାଣି ଚାଲିଥିବା ବେଳେ ବିଜେପିର ଜଣେ କାଉନସିଲର ଓ ୧୦ଜଣ କର୍ମୀ ଅତିରିକ୍ତ କମିଶନରଙ୍କୁ ମାଡ ମାରିଲେ । ସରକାରୀ ଅଧିକାରୀମାନେ ବିଜେପିର ଗୁଲାମୀ କରିବାକୁ ବିଜେପି ନେତାମାନେ ଜୋରଜବରଦସ୍ତି କରୁଛନ୍ତି l କାରଣ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଓ କର୍ମୀମାନଙ୍କୁ ବସାଉଛନ୍ତି । ପୂରା ଓଡ଼ିଶାରେ ଆଜି ଏପରି ପରିସ୍ଥିତି ହେଇଛି । ସରକାରୀ ଅଧିକାରୀଙ୍କୁ ବିଜେପିକରଣ କରିବାକୁ ଶାସକ ଦଳ ଚାହୁଁଛି । ବିଏମସି ଘଟଣା ପୂରା ଓଡ଼ିଶାର ସରକାରୀ ଅଧିକାରୀମାନଙ୍କ ପାଇଁ ଅପମାନ। ଓଡିଶାରୁ ସରକାରୀ ଅଧିକାରୀ ମାନଙ୍କୁ କ୍ଷମା ମାଗନ୍ତୁ ସରକାର l ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଗିରଫ କରାଯିବ ସହ କିଏ କେଉଁଠିକୁ ଯିବ ସେମାନଙ୍କ ପାଇଁ ଆଡଭାଇଜରି ଜାରୀ କରିବାକୁ ପିସିସି ସଭାପତି ଦାବି କରିଛନ୍ତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଓଡିଶାରେ ଜଙ୍ଗଲରାଜ ଚାଲିଛି । ବର୍ଷେ ଭିତରେ ଓଡିଶାର ଶାସନ ବ୍ୟବସ୍ଥା ନାହିଁ ବୋଲି ଜଣାପଡୁଛି । ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ କହିଛନ୍ତି ଯେ ଦୋଷୀ ଯିଏ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିଏମସି ଘଟଣା ଓଡିଶା ଶାସନ ବ୍ୟବସ୍ଥାକୁ ଜାତୀୟସ୍ତରରେ ପୁଣି ଥରେ ବଦନାମ କରିଛି । ଯାହାକୁ ନେଇ ସବୁଠି ବିଜେପି ସରକାର ବିରୋଧରେ ଉଠିଛି ଅସନ୍ତୋଷର ସ୍ବର ।