ଯୁଦ୍ଧ ଶେଷ ! ଯୁଦ୍ଧ ବିରତୀ ଦ୍ୱନ୍ଦ୍ୱର ଅନ୍ତ, ଇରାନର ଶେଷ ଆକ୍ରମଣରେ ୪ ଇସ୍ରାଏଲଙ୍କ ମୃତ୍ୟୁ
1 min read
ନନ୍ଦିଘୋଷ ବ୍ୟୁରୋ : ଶେଷରେ ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଥମିଛି। ଏହାକୁ ନେଇ ପ୍ରାରମ୍ଭିକ ଦ୍ୱନ୍ଦ୍ୱ ପରେ ଇରାନର ସରକାରୀ ଟେଲିଭିଜନ ଯୁଦ୍ଧବିରାମ ଲାଗୁ ହେବାର ଘୋଷଣା କରିଛି। ଇରାନୀ ସରକାରୀ ଟେଲିଭିଜନ ମଙ୍ଗଳବାର ଦିନ ଜଣାଇଛି ଯେ ଇସ୍ରାଏଲ ସହିତ ଯୁଦ୍ଧରେ ବିରାମ ଲାଗିଛି । ଇସ୍ରାଏଲ ମଧ୍ୟ ଇରାନୀ ଆକ୍ରମଣକୁ ନେଇ ଜାରିଥିବା ଆଲର୍ଟ ହଟାଇବା ସହ ଲୋକଙ୍କୁ ବଙ୍କରରୁ ବାହାରକୁ ଆସିବାକୁ ଅନୁମତି ମିଳିଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। କିନ୍ତୁ ଯୁଦ୍ଧବିରତି ଲାଗୁ ହେବା ପରେ ମଧ୍ୟ ଇରାନ ଇସ୍ରାଏଲ ଉପରେ ବୋମାମାଡ଼ ଜାରି ରହିବା ଯୋଗୁଁ ଏହାକୁ ନେଇ ସନ୍ଦେହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ଗୋଟିଏ ଘଣ୍ଟା ମଧ୍ୟରେ ତିନି ଥର ଇରାନ ମିସାଇଲ ଆକ୍ରମଣ କରିଛି । ଏଥିରେ ଛଅ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲରେ ଆକ୍ରମଣକୁ ଯୁଦ୍ଧ ସାଇରନ ବାଜିଥିଲା ଓ ଲୋକମାନେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଥିଲେ।
ସବୁ ଆକ୍ରମଣର ଦଣ୍ଡ ମିଳିବ
ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ଆକ୍ରମଣକୁ ନେଇ କହିଛନ୍ତି ଯେ ଆମର ଶକ୍ତିଶାଳୀ ସୈନ୍ୟ ବାହିନୀ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଇସ୍ରାଏଲକୁ ତା’ର ଆକ୍ରମଣ ପାଇଁ ଦଣ୍ଡ ଦେବ। ସେ କହିଛନ୍ତି, ‘ସମସ୍ତ ଇରାନବାସୀ ସହ ଆମର ସାହସୀ ସଶସ୍ତ୍ର ବାହିନୀଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ନିଜ ରକ୍ତ ବନଳରେ ଦେଶର ରକ୍ଷା କରୁଛନ୍ତି । ଶତ୍ରୁର ସମସ୍ତ ଆକ୍ରମଣର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜବାବ ଦେଇଛନ୍ତି। କିନ୍ତୁ ଯୁଦ୍ଧବିରତି ଘୋଷଣା ପରେ ଇରାନ ଆକ୍ରମଣ କରି କ’ଣ ପ୍ରମାଣ କରିବାକୁ ଚାହୁଁଛି?
୧୩ ଜୁନରେ ଇସ୍ରାଏଲ ବିରୋଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇରାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ତା’ର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନରେ ଆମେରିକା ବଙ୍କର ବଷ୍ଟର ବୋମା ଦ୍ୱାରା ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ଇରାନୀ ରେଭୋଲ୍ୟୁସନାରୀ ଗାର୍ଡସର ମୁଖ୍ୟ ହୁସୈନ ସଲାମୀଙ୍କ ସମେତ ଅନେକ ପ୍ରମୁଖ ସୈନ୍ୟ କମାଣ୍ଡରଙ୍କ ସହ ପରମାଣୁ ବୈଜ୍ଞାନିକ ନିହତ ହୋଇଛନ୍ତି। ଏହା ବ୍ୟତୀତ ଇରାନରେ ପ୍ରାୟ ଏକ ହଜାର ନିରୀହ ଲୋକଙ୍କର ମୃତ୍ୟୁ ହୋଇଛି
ଇରାନକୁ ମିଳିଲା ନାହିଁ କୌଣସି ସାହାଯ୍ୟ
ଇସ୍ରାଏଲ ସହିତ ଯୁଦ୍ଧରେ ଇରାନ ବିରୋଦ୍ଧରେ ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଥିଲା ଓ ଦେଶର ସବୁଠାରୁ ପ୍ରମୁଖ ପରମାଣୁ କେନ୍ଦ୍ର ଫୋର୍ଡୋ ସମେତ ତିନୋଟି ସ୍ଥାନରେ ବୋମାବର୍ଷଣ କରିଥିଲା । ଅନ୍ୟପକ୍ଷେ ଇରାନକୁ ମଧ୍ୟ ପୂର୍ବର କୌଣସି ଦେଶର ସାହାର୍ଯ୍ୟ ମିଳି ନଥିଲା । ତାକୁ ଏକାକୀ ନିଜର ଲଢେ଼ଇ ଲଢିବାକୁ ପଡ଼ିଥିଲା। ରୁଷ ଏବଂ ଚୀନ ଭଳି ଶକ୍ତିଶାଳୀ ଦେଶଗୁଡ଼ିକ ଇରାନକୁ ନୈତିକ ସମର୍ଥନ ତ ଦେଇଥିଲେ କିନ୍ତୁ ଆମେରିକା- ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଖୋଲାଖୋଲି ଇରାନ ସହ ଠିଆ ହୋଇ ନଥିଲେ।
ଆଭ୍ୟନ୍ତରୀଣ ଚାପ ଯୁଦ୍ଧ ବିରୀତିର କାରଣ କି?
ଏହା ବ୍ୟତୀତ ଇରାନ ଉପରେ ଅତ୍ୟଧିକ ଆଭ୍ୟନ୍ତରୀଣ ଚାପ ରହିଛି, କାରଣ ତା’ର ଶହ ଶହ ନାଗରିକଙ୍କର ମୃତ୍ୟୁ ହୋଇସାରିଛି, ଏପରିକି ସୁପ୍ରିମ ଲିଡର ଆୟାତୁଲ୍ଲା ଖାମେନେଇଙ୍କୁ ମଧ୍ୟ ଇସ୍ରାଇଲ ଟାର୍ଗଟାେ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ତାଙ୍କୁ ହତ୍ୟା କରିବାର ଯୋଜନା ବାତିଲ କରାଯାଇଥିଲା। ଏହା ବ୍ୟତୀତ ଇରାନର କଟ୍ଟରପନ୍ଥୀ ଗୋଷ୍ଠୀମାନଙ୍କର ଚାପ ଥିଲା ଯେ ଯୁଦ୍ଧରେ ସେ ଇସ୍ରାଇଲ ଓ ଆମେରିକା ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ସହ ନିରୀହ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଉ ।
ଏହା ସହିତ ସାମ୍ପ୍ରତିକ ଆକ୍ରମଣ ଦ୍ୱାରା ଇରାନ ସଙ୍କେତ ଦେବାକୁ ଚାହୁଁଛି ଯେ ସେ କାହାର ଆଦେଶ କିମ୍ବା ଚାପରେ ଯୁଦ୍ଧବିରାମ ପାଇଁ ରାଜି ହୋଇନାହିଁ, ବରଂ ନିଜର ସର୍ତ୍ତରେ ସହମତ ହୋଇଛି। ଇରାନ ପୂର୍ବରୁ କହିସାରିଛି ଯେ ସେ ନା ଯୁଦ୍ଧ ଆରମ୍ଭ କରିଥିଲା ନା ସେ ଯୁଦ୍ଧ ଚାହୁଁଛି। କିନ୍ତୁ ସେ ଇଜରାଏଲର ଆକ୍ରମଣାର ଜବାବ ନିଶ୍ଚିତ ଦେବ ।