ଇରାନ ଉପରେ ବୋମା ବିସ୍ଫୋରଣ ପରେ ଆମେରିକାରେ ହାଇ ଆଲର୍ଟ : ସବୁ ସ୍କୁଲ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ବୋମା ବିସ୍ଫୋରଣ ପରେ ଆମେରିକା ହାଇ ଆଲର୍ଟରେ, ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଇରାନରେ ହୋଇଥିବା ଆକ୍ରମଣ ପରେ ଆମେରିକୀୟ ଅଧିକାରୀମାନେ ହାଇ ଆଲର୍ଟରେ । ନ୍ୟୁୟର୍କ ଏବଂ ୱାଶିଂଟନ ପରାମର୍ଶ ଜାରି କରିବା ସହ ସେନା ମୁତୟନ କରିଛନ୍ତି। ସହରର ଧାର୍ମିକ, ସାଂସ୍କୃତିକ ଏବଂ କୂଟନୈତିକ ସ୍ଥାନରେ ଅତିରିକ୍ତ ବାହିନୀ ମୁତୟନ । ଇରାନ ଉପରେ କଡ଼ା ନଜର ରଖିଛି ଆମେରିକା । ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପାଟ୍ରୋଲିଂ ବୃଦ୍ଧି । ଅନେକ ଅନ୍ତର୍ଜାତୀୟ ବିମାନ କମ୍ପାନୀ ମଧ୍ୟପ୍ରାଚ୍ୟର ବିସ୍ତୃତ ଅଞ୍ଚଳରୁ ବିମାନ ଚଳାଚଳକୁ କରିଥିଲେ ରଦ୍ଦ ।
ମଧ୍ୟପ୍ରାଚ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂଘର୍ଷର ଏକ ନାଟକୀୟ ମୋଡ଼ – ତିନୋଟି ଇରାନ ପରମାଣୁ ସ୍ଥାନ ଉପରେ ଆମେରିକୀୟ ବିମାନ ଆକ୍ରମଣ ପରେ ନ୍ୟୁୟର୍କ ଏବଂ ୱାଶିଂଟନ ସମେତ ପ୍ରମୁଖ ଯୁକ୍ତରାଷ୍ଟ୍ର ସହରଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି କରିଛି ଆମେରିକା । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଜୁନ୍ ୧୩ ରେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ସେବେ ଠାରୁ ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ।