ନନ୍ଦିଘୋଷ ବ୍ୟୁରୋ : ପୁଣି ଅଟକିଲା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଅମ୍-୪ ମିଶନ୍। ଆସନ୍ତା ୨୨ ତାରିଖରେ ମହାକାଶ ଅଭିମୁଖେ ଯାତ୍ରା କରିବ ନାହିଁ ଏହି ଯାନ। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେବା ପାଇଁ ଥିବା ଆକ୍ସିଅମ୍ ସ୍ପେସ୍ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଉତକ୍ଷେପଣ ଚଳିତ ମାସ ୧୯ ତାରିଖରେ ହେବାର ଥିଲା ତେବେ ଏହାକୁ ୨୨ ଜୁନ୍ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହାକୁ ପୁଣି ବୃଦ୍ଧି କରାଯାଇଛି।
ଆକ୍ସିଅମ୍ ୪ ମିଶନର ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। ନୂତନ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ପ୍ରକ୍ଷେପଣ ବ୍ୟବସ୍ଥା ସମୀକ୍ଷା ପରେ ଏହି ନିଷ୍ପତ୍ତି ନେଇଛି। ନାସା ପକ୍ଷରୁ ଲଗାତାର ସମୀକ୍ଷା ଜାରି ରହିଛି। କିଛି ତ୍ରୁଟିରୁ ପ୍ରକ୍ଷେପଣରୁ ଓହରିଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ନୂତନ ପ୍ରକ୍ଷେପଣ ତାରିଖ ଘୋଷଣା କରାଯିବ। ତଥାପି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆନ୍ତର୍ଜାତିକ ସ୍ପେସ ଷ୍ଟେସନର ସମୀକ୍ଷାଲାଗି ଅଧିକ ସମୟ ନେଉଛି ନାସା।
ଶୁଭଂଶୁ ଶୁକ୍ଳାଙ୍କ ରକେଟ୍ ଉତକ୍ଷେପଣ ବାରମ୍ବାର ସ୍ଥଗିତ କରାଯାଇଛି। ପ୍ରଥମ ଉତକ୍ଷେପଣ ତାରିଖ ଗତ ମେ ୨୯ ତାରିଖ ସ୍ଥିତ ହୋଇଥିଲା। ସ୍ପେସ୍ଏକ୍ସ ନିଜେ ଫାଲ୍କନ୍-୯ ରକେଟ୍ରେ ତରଳ ଅମ୍ଳଜାନ ଲିକ୍ ହୋଇଥିବା କହିଥିଲା। ପରେ ଏହି ସମସ୍ୟାର ସମାଧାନ କରାଯାଇଛି। କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ସ୍ପେସଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ । ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ ।
୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।

