ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ, ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍

1 min read

ନନ୍ଦିଘୋଷ ବ୍ୟୁରୋ: ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ ପାଇଁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍। ଏହି ସବୁ ଜିଲ୍ଲାରେ ସ୍ଥିତିର ଅନୁଧ୍ୟାନ କରାଯିବ। ଭଦ୍ରକ ପହଞ୍ଚିଲେ କେନ୍ଦ୍ରୀୟ ଓ ରାଜ୍ୟର ସ୍ବାସ୍ଥ୍ୟ ଟିମ । ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଜଣିଆ ଟିମ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମର ୨ ଜଣ ଥିବା ବେଳେ ଜଣେ ରାଜ୍ୟରୁ ଅଛନ୍ତି। ସମୀକ୍ଷା ପରେ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳକୁ ଗସ୍ତ କରିବ ଏହି ଟିମ୍ ।

ଗତକାଲି କେନ୍ଦ୍ରୀୟ ଟିମ୍ ସହିତ ସ୍ଵାସ୍ଥ୍ୟ ବିଭାଗର ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର୍ ଟିମ। ଏହି ଟିମର ଆବାହକ ରହିବେ CDMO। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତର୍ଜମା କରାଯିବ ଏବଂ ତାପର ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପ୍ରତି ୩ ଦିନରେ ବିଶୋଧନକୁ ତ୍ବରାନ୍ବିତ କରାଯିବ। ରୋଗୀଙ୍କ କେସ୍ ହିଷ୍ଟ୍ରି ଯାଞ୍ଚ କରାଯିବ। ଡାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ପଞ୍ଚାୟତିରାଜ ବିଭାଗର RWSSର କର୍ମଚାରୀ ମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡାଇରିଆ ସଚେତନତା କ୍ୟାମ୍ପେନରେ ଯୋଗଦେବେ ମିଶନ ଶକ୍ତି ମହିଳା। ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି।  ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ ହେବ। ଏହାସହ  ପିଲାଙ୍କ ହାତ ଧୂଆ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।