ନିଜ ଫିଲ୍ମର ନିଜେ କାହିଁକି ମଜାକ୍ ଉଡ଼ାଇଲେ ସଲମାନ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ । ନିଜର ଅଭିନୟ ହେଉ ଅବା ଷ୍ଟାଇଲ୍ । ସବୁବେଳେ ଭିନ୍ନ ଅନ୍ଦାଜରେ ନଜର ଆସି ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ ତାଙ୍କ ଫିଲ୍ମ ହିଟ୍ ହେଉ କି ଫ୍ଲପ୍ ତାଙ୍କ ପ୍ରଂଶସକମାନେ ସବୁବେଳେ ଭଲ ପାଇବା ଦେଇ ଆସିଛନ୍ତି । ତେବେ ତାଙ୍କର ଶେଷ ଦୁଇ ଫିଲ୍ମ ଫ୍ଲପ ହୋଇଥିବାବେଳେ ନିଜ ଫିଲ୍ମକୁ ନିଜେ ନିଜେ ଉଡ଼ାଇଛନ୍ତି ମଜାକ୍ ।
ତେବେ ଆପଣମାନେ ଅନେକ ସମୟରେ ଦେଖିଥିବେ କି, କମେଡି ଅନ୍ଦାଜରେ ରହିଥାନ୍ତି ସଲମାନ । ନିକଟରେ ସେ କପିଲ ଶର୍ମାଙ୍କ ନୂଆ ସିଜିନରେ ନଜର ଆସିଥିଲେ । ଏହି ସିଜିନର ସେ ପ୍ରଥମ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ଶୋ’ର ପୋଷ୍ଟର ଏବଂ ପ୍ରୋମୋ ସାମ୍ନାକୁ ଆସିଥିବାବେଳେ ନେଟଫ୍ଲିକ୍ସ ପକ୍ଷରୁ ଏହାକୁ ସେୟାର କରାଯାଇଛି । ଇନଷ୍ଟାଗ୍ରାମରେ ଏହି ପୋଷ୍ଟରେ ସଲମାନ ଏକ ମଜାଳିଆ କମେଣ୍ଟ ନିଜ ଫିଲ୍ମକୁ ନେଇ ଦେଇଥିବା ଦେଖିବାକୁ ମିଳିଥିଲା ।
ତେବେ ଭିଡିଓରେ ଦେଖାଯାଇଛି କି, ସଲମାନ ମଞ୍ଚ ଉପରେ ଛିଡ଼ା ହୋଇ ପଚାରିଛନ୍ତି କି, ସିକନ୍ଦର କିଛି ପ୍ରଭାବ ପକାଇଛି କି ? ସାମ୍ନାରେ ଥିବା ଫ୍ୟାନ୍ସମାନେ ହସିବାକୁ ଲାଗିଥିଲେ । ତେବେ ସଲମାନ ମଧ୍ୟ ନିଜେ ନିଜର ଫିଲ୍ମକୁ କଟାକ୍ଷ କରିବା ଭଳି ଦେଖା ଦେଇଛନ୍ତି । ତେବେ ସେୟାର କରାଯାଇଥିବା ଭିଡିଓରେ ସେମାନେ ବହୁତ ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ କହି ରଖୁଛୁ କି, କପିଲ ଶର୍ମାଙ୍କ ନୂଆ ସିଜିନ ଆସନ୍ତା ଜୁନ୍ ୨୧ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଯେଉଁଥିରେ ପ୍ରଥମ ଶୋ’ର ଅତିଥୀ ସାଜିଛନ୍ତି ସଲମାନ ।