ଅଗଷ୍ଟ ୧୫ରୁ ନୂଆ ଫାସ୍ ଟ୍ୟାଗ ନିୟମ, ୩ ହଜାର ଟଙ୍କାରେ ମଳିବ ବର୍ଷିକିଆ ଅବଧି
1 min read
ନନ୍ଦିଘୋଷ ବ୍ୟୁରୋ : ଜାତୀୟ ରାଜବଥରା ଯାତାୟତ କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ସରକାର ଘରୋଇ ଗାଡି ଗୁଡିକ ବର୍ଷିକିଆ ଫାସ୍ ଟ୍ୟାଗ୍ ପାସ ଜାରି କରିବେ । ଯାହାର ମୂଲ୍ୟ ୩ ହଜାର ଟଙ୍କା ରହିବ । ଏହି ନିୟମ ଅଗଷ୍ଟ ୧୫ ତାରିଖରୁ ଲାଗୁ ହେବ । ଏହି ପାସରେ ଘରୋଇ ଯାନ ମାଲିକ ମାନେ କମ ଟଙ୍କାରେ ଯାତାୟତ କରିପାରିବେ । ଏହି ପାସ ମାଧ୍ୟମରେ ଗାଡି ମାଲିକମାନେ ବର୍ଷକୁ ୨୦୦ ଥର ଟୋଲରେ ଅତିକ୍ରମ କରିପାରିବେ ।
କେନ୍ଦ୍ରମନ୍ତ୍ରୀ ଗଡକରୀ ଏକ୍ସ ମାଧ୍ୟମରେ କହିଛନ୍ତି, ଏହି ସୁବିଧାଟି ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି, ଯାହା ଦ୍ଵାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସମ୍ଭବ ହୋଇପାରିବ। ଗଡକରୀ କହିଛନ୍ତି ଯେ ଏହି ପାସ୍ ପାଇଁ ଖୁବ୍ ଶୀଘ୍ର NHAI ଏବଂ MoRTH ର ୱେବସାଇଟ୍ ଓ ‘ରାଜମାର୍ଗ ଯାତ୍ରା ଆପ୍’ ରେ ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ, ଯାହା ମାଧ୍ୟମରେ ଯାନବାହନ ମାଲିକମାନେ ପାସ୍ ପାଇପାରିବେ। ନବୀକରଣ ପ୍ରକ୍ରିୟା ଅନଲାଇନରେ ମଧ୍ୟ କରାଯାଇପାରିବ।
ନୂତନ ବାର୍ଷିକ ପାସ୍ ନୀତିର ଲକ୍ଷ୍ୟ ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସହିତ ଜଡିତ ପୁରୁଣା ସମସ୍ୟାର ସମାଧାନ କରିବ। ଡିଜିଟାଲ୍ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସହଜ କରିବ, ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ହ୍ରାସ କରିବ, ଭିଡ଼ ହ୍ରାସ କରିବ ଓ ବିବାଦ ଦୂର କରିବା ଏହାର ପ୍ରମୁଖ ଲାଭ। ଏହି ଘୋଷଣା ଲକ୍ଷ ଲକ୍ଷ ଘରୋଇ ଯାନ ଚାଳକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।