ହଇଜା ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଝାଡ଼ାବାନ୍ତି ବ୍ୟାପିବା ପରେ କ୍ୟାପିଟାଲ ହସ୍ପିଟାଲର ପ୍ରସ୍ତୁତି । ରାଜ୍ୟରେ ହଇଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହାକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । କ୍ୟାପିଟାଲ ହସପିଟାଲରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରରୁ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । କିନ୍ତୁ ବାହାରୁ ରୋଗୀ କେହି ଆସି ଚିକିତ୍ସିତ ହେଉନାହାନ୍ତି। ଡାଇରିଆ ୱାର୍ଡକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରି ରଖାଯାଇଛି । ସମସ୍ତ ବ୍ୟବସ୍ଥା କରାଯାଇଛି । ବାହାରୁ ଯଦି ରୋଗୀ ଆସନ୍ତି ତେବେ ଚିକିତ୍ସା କରିହେବ।
ଏବେ ଭୁବନେଶ୍ୱରରେ ସେଭଳି ଅଣାୟତ୍ତ ପରିସ୍ଥିତି ହୋଇନାହିଁ। ଏବେ ସ୍ଥିତି ଏତେଟା ଖରାପ୍ ହୋଇନାହିଁ । ତଥାପି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏବେ ସଂକ୍ରମଣ ୱାର୍ଡରେ ମୋଟ୍ ୧୮ଟି ଶଯ୍ୟା ରହିଛି। ଗତ କାଲି ୩ରୁ ୪ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଓ ସାଲାଇନ୍ ମହଜୁଦ ରଖାଯାଇଛି ।