spot_img

Latest Posts

ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗଠନ ହେଲା କମିଟି

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗଠନ ହେଲା କମିଟି। ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟି ଘଟଣାର ତଦନ୍ତ କରିବ। ସେପଟେ ଦୁର୍ଘଟଣାର ସତ କହିବ ବ୍ଲାକବକ୍ସ। କେମିତି ଘଟିଲା ଦୁର୍ଘଟଣା ? କାହାର ଅବହେଳା ନା ଥିଲା ଯାନ୍ତ୍ରିକ ତୃଟି। ବିଭିନ୍ନ ଦିଗକୁ ନେଇ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ । ଗତକାଲି ବିମାନର ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିମାନର ଶେଷ ଭାଗରେ ବ୍କାକବକ୍ସ ମିଳିଥିବା କୁହାଯାଇଛି। ଏଥିରୁ ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିବ। ବ୍ଲାକବକ୍ସ ଉଦ୍ଧାର ଲାଗି ସର୍ଚ୍ଚ ଅପରେସନ ଟିମରେ ସାମିଲ ହୋଇଥିଲେ ୪୦ଜଣ ଗୁଜରାଟ ସରକାରୀ କର୍ମଚାରୀ। ଏହାକୁ ଉଦ୍ଧାର କରିଥିଲେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB। ସେପଟେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏନଆଇଏ ଟିମ। ତେଣେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବ୍ରିଟିଶ ଏୟାରକ୍ରାଫ୍ଟ ଦୁର୍ଘଟଣା ସଂକ୍ରାନ୍ତ ତଦନ୍ତକାରୀ ଟିମର ୪ ସଦସ୍ୟ। ଏହା ସହ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIBର ଏକ ଟିମ ବି ପହଞ୍ଚି ତଦନ୍ତ ଚଳାଇଛନ୍ତି।

Latest Posts

Don't Miss