spot_img

Latest Posts

ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି, ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର :  ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି। ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ସଂଗ୍ରହ କରାଯାଇଥିବା ୪୧ଟି ନମୁନାରୁ ୮ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି। ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲାଣି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

Latest Posts

Don't Miss