ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ଯାତାୟତ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡ଼ୁରେ ପ୍ରବଳ ବର୍ଷା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ନାଗପଟ୍ଟନମରେ ମୂଷଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଭୀଷଣ ବର୍ଷାରେ ଲୋକେ ବାହାରକୁ ବାହାରିପାରିନାହାନ୍ତି । ଏହାସହିତ ଅଧିକାଂଶ ଅଞ୍ଚଳରେ ପାଣି ଜମା ହେବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବର୍ଷା ଆହୁରି ଦୁଇଦିନ ଲାଗି ରହିବ । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ବର୍ଷା ।  ଧର୍ମଶାଳାରେ ଭୀଷଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଧର୍ମଶାଳାର ଅଧିକାଂଶ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରେ ପାଣି ଜମି ରହିଛି ।