ଟିମ୍ ଇଣ୍ଡିଆକୁ ମଝିରେ ଛାଡି ଭାରତ ଫେରିଲେ ଗମ୍ଭୀର

1 min read

ନନ୍ଦିଘୋଷ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ମଝିରେ ଛାଡି ଭାରତ ଫେରି ଆସିଲେ ଗୌତମ ଗମ୍ଭୀର  । ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ସେ ଭାରତ ଫେରିଛନ୍ତି । ତାଙ୍କ ମାଆଙ୍କ ହୃଦଘାତ ହୋଇଥିବା ରିପୋର୍ଟ ଆସିଛି। କୁହାଯାଉଛି ଯେ ଗୌତମ ଗମ୍ଭୀରଙ୍କ ମାଆ ବର୍ତ୍ତମାନ ଆଇସିୟୁରେ ଅଛନ୍ତି, ଯେଉଁଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଭାରତ ଆସିବା ପରେ ଗୌତମ ଗମ୍ଭୀର ପ୍ରଥମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଫେରିଯିବେ ବୋଲି ଆଶା କରାଯାଉଛି।

ଟିମ୍ ଇଣ୍ଡିଆ ଜୁନ୍ ୧୩ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଆନ୍ତଃ-ସ୍କ୍ୱାଡ୍ ମ୍ୟାଚ୍ ଖେଳିବାର ଥିଲା, ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀର ଭୁମିକା ଜରୁରୀ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଅନୁପସ୍ଥିତିରେ, ଏହି କାମ ଅନ୍ୟ ସପୋର୍ଟ ଷ୍ଟାଫ୍ ଦ୍ୱାରା କରିବାକୁ ପଡିପାରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୦ ରୁ ହେଡିଂଲିରେ ଖେଳାଯିବ। ଆଶା କରାଯାଉଛି ଯେ ଗୌତମ ଗମ୍ଭୀରଙ୍କ ପରିବାର ଉପରେ ଆସିଥିବା ସଙ୍କଟ ଦୂର ହୋଇଯିବ ଏବଂ ସେ ଜୁନ୍ ୨୦ ପୂର୍ବରୁ ଟିମ୍ ଇଣ୍ଡିଆରେ ଯୋଗଦେବେ ।