ଭୋଜି ବେଳେ ଗ୍ୟାସ୍‌ ଲିକ୍‌ ହୋଇ ଦେହରେ ଲାଗିଗଲା ନିଆଁ

ରାୟଗଡ଼ା: ଭୋଜି ରାନ୍ଧିବା ବେଳେ ଅଘଟଣ । ନିଆଁ ଲାଗି ୩ ମହିଳା ଆହତ । ରାୟଗଡ଼ା ଡିଏଫ୍‌ଓ ଅଫିସ୍‌ ଅଞ୍ଚଳର ପ୍ରଥମ ଗଳିରେ ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍‌ ପାଇପ୍‌ ମେଲ୍‌ଟ୍‌ ହୋଇ ଗ୍ୟାସ୍‌ ଲିକ୍‌ ହୋଇଥିଲା ।

ଏହାପରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ଏଥିରେ ୩ଜଣ ମହିଳା ଆହତ ହୋଇଛନ୍ତି ।

ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply