spot_img

Latest Posts

ଜାପାନକୁ ପଛରେ ପକାଇ ଚତୁର୍ଥ ବୃହତ ଅର୍ଥନୀତିର ଦେଶ ହେଲା ଭାରତ

ନୂଆଦିଲ୍ଲୀ: ବିଶ୍ଵର ଚତୁର୍ଥ ବୃହତ ଅର୍ଥନୀତି ହେଲା ଭାରତ। ଜିଡିିପି ଅନୁସାରେ ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ନୀତି ଆୟୋଗର ସିଇଓ ବିଭିଆର୍ ସୁବ୍ରମଣ୍ୟମ୍ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପରେ ଏହି ସୂଚନା ଦେଇଥିଲେ। ଆଇଏମଏଫ୍ ର ସୂଚନା ଆଧାରରେ ଭାରତର ଜିଡିପି ୪.୧୯ ଟ୍ରିଲିୟନ ଡଲାର । ଭାରତ ଉପରେ କେବଳ ୩ଟି ଦେଶ ଅଛନ୍ତି। ସେମାନେ ହେଲେ ଆମେରିକା, ଚୀନ ଓ ଜର୍ମାନୀ।

ଆମେରିକାର ଜିଡିପି ୩୦.୫୧ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଚୀନର ଜିଡିପି ହେଉଛି ୧୯.୨୩ ଟ୍ରିଲିୟନ ଡଲାର। ସେହିପରି ଜର୍ମାନୀର ଜିଡିପି ହେଉଛି ୪.୭୪ ଟିଲିୟନ ଡଲାର। ତା ପଛକୁ ୪.୧୯ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି ଭାରତ। ନୀତି ଆୟୋଗ ସିିଇଓ କହିଛନ୍ତି, ବର୍ତ୍ତମାନ ବିଶ୍ଵର ଜିଓ ପଲିଟିକାଲ ଓ ଅର୍ଥନୈତିକ ପରିବେଶ ଦୃଷ୍ଟିରୁ ଭାରତରେ ପୁଂଜି ବିନିଯୋଗର ଅନୁକୂଳ ପରିବେଶ ରହିଛି। ଆଗାମୀ ଦିନ ପାଇଁ ହୋଇଥିବା ଯୋଜନା ଯଦି ଠିକଠାକ ଚାଲେ, ତେବେ ୩ ବର୍ଷ ମଧ୍ୟରେ ଭାରତ ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ।

Latest Posts

Don't Miss