ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ ବେଳେ ଗୁଳିମାଡ଼, ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ଅନୁଗୁଳ : ଢେଙ୍କାନାଳ ଜଙ୍ଗଲରେ ମାତିଛନ୍ତି ମାଫିଆ। ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ ବେଳେ ମାଫିଆଙ୍କ ଗୁଳିର ଶିକାର ହେଲେ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ । ଗତକାଲି ବିଳମ୍ଵିଚ ରାତିରେ ପାଟ୍ରୋଲିଂରେ ୧୩ ଜଣ ବନବିଭାଗ କର୍ମୀ ପାଟ୍ରୋଲିଂରେ ଯାଇଥିଲେ। ବନି ବିଭାଗ ଟିମକୁ ଦେଖିବା ମାତ୍ରେ ମାଫିଆ ଗୁଳି ଚଳାଇଥିଲେ । ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ଜୀବନ ଚାଲିଗଲା । ଗୁଳିମାଡ଼ ପରେ ପ୍ରହଲ୍ଲାଦଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ୪ ଜଣ ଶିକାରୀଙ୍କୁ କାବୁ କରିଛି ବନ ବିଭାଗ । ସେମାନଙ୍କଠାରୁ ବନ୍ଧୁକ ଜବତ କରାଯିବା ସହ ଅଧିକ ଜେରା କରାଯାଉଛି । ଆଉ କେତେଜଣ ଫେରାର ହୋଇଯାଇଛନ୍ତି । ଆଜି ପ୍ରହଲ୍ଲାଦଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରହଲ୍ଲାଦଙ୍କ ପରିବାରକୁ କ୍ଷତିପୂରଣ ଓ ଅନୁକମ୍ପା ସହାୟତା ବାବଦରେ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରାିଛନ୍ତି । ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେବେଳେ ଜଙ୍ଗଲ ଲୁଟ୍ ତ ଆଉ କେତେବେଳେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ଯାଉଛି । ଯାହା ବନ ବିଭାଗ ଓ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।