ଭୁବନେଶ୍ବର : ଆକ୍ସନ ମୋଡରେ ମୈତ୍ରୀ ବିହାର ପୋଲିସ। ମୈତ୍ରୀ ବିହାର ଅଞ୍ଚଳରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ମୈତ୍ରୀ ବିହାର ପୋଲିସ। ତାସହିତ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ୪ ଅଭିଯୁକ୍ତ ହେଲେ ଭୁବନେଶ୍ବର ସାଲିଆ ସାହିର ଚନ୍ଦନ ବେହୁରା, ଗଜପତି ଅଂଚଳର ଡି. ରାଜା, ବରଗଡ଼ ଅଂଚଳର କିଶୋର ଲେଙ୍କା ଓ ଅନ୍ୟ ଜଣେ ହେଲେ ହରବନ୍ଧୁ ପ୍ରଧାନ । ଭୁବନେଶ୍ବରରେ ମେ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଟି ବ୍ରାଉନସୁଗାର କେସ ରୁଜୁ ହେବା ସହ ୪୨ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ନିକଟରୁ ୮୨୧ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୯୭ ହଜାର ୭୦୦ ଟଙ୍କା ଜବତ୍ ହୋଇଛି । ତାସହିତ ସେମାନଙ୍କ ନିକଟରୁ ତିନୋଟି ଚାରି ଚକିଆ ଯାନ, ଗୋଟିଏ ତିନି ଚକିଆ ଯାନ , ୯ଟି ଦୁଇ ଚକିଆ ଯାନ ଓ ୨୦ଟି ମୋବାଇଲ ଫୋନ ଜବତ ହୋଇଛି।

