ରଙ୍ଗ ରୁଟ୍‌ରେ ଯାଇ ଆର୍‌ଟିଓ ପାଖରେ ଗଣିଲେ ୪୨ ହଜାରର ତଣ୍ଡ

ଭଦ୍ରକ: ରଙ୍ଗ ରୁଟ୍‌ରେ ଯାଇ ଫସିଲେ ନାବାଳକ, ୪୨ ହଜାର ୫ଶହ ଟଙ୍କାର ଲାଗିଲା ଫାଇନ୍‌ ।  ଗତ ୬ତାରିଖ ଦିନ ଭଦ୍ରକରେ ଆରଟିଓ ଜଣେ ନାବାଳକଙ୍କ ଉପରେ ଫାଇନ୍‌ କସିଛନ୍ତି ।

ଭଣ୍ଡାରୀପୋଖରୀ ଛକ ନିକଟରେ ଗୋଟିଏ ବାଇକ୍‌ରେ ଗାଡିରେ ୩ ଜଣ କଲେଜ ଛାତ୍ର ଧରାପଡିଥିଲେ ।  ରଙ୍ଗ ରୁଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ ।

ଯାହା ଆଧାରରେ ଆରଟିଓ ପକ୍ଷରୁ ମୋଟା ଅଙ୍କର ଜରିମାନା କଟାଯାଇଛି । ତେବେ ଭଦ୍ରକରେ ଏହା ବର୍ତ୍ତମାନର ସବୁଠୁ ବଡ଼ ଧରଣର ଫାଇନ୍‌ ।

Leave a Reply