ନିର୍ଯାତନାର ଶିକାର ଷ୍ଟାଫ୍ ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ନର୍ସଙ୍କୁ ଭେଟିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭଦ୍ରକ: ଡାକ୍ତର ଓ ଷ୍ଟାଫଙ୍କ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ଅଭିଯୋଗରେ ଟ୍ରେନ ଆଗକୁ ଡେଇଁ ଷ୍ଟାଫ୍ ନର୍ସ ଆତ୍ମହତ୍ୟା ଉଦ୍ୟମ ଘଟଣା । ଗୁରୁତର ନର୍ସଙ୍କୁ ଭେଟିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ନର୍ସଙ୍କୁ ଭେଟିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ସିଡିଏମଓ ।
ଗତକାଲି ଷ୍ଟାଫ୍ ନର୍ସ ଜଣଙ୍କ ଡ୍ୟୁଟିରେ ଯୋଗଦେଇଥିଲେ । କେତେକ ଷ୍ଟାପଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେବା ପରେ ଭଦ୍ରକ ରେଲୱେ ଷ୍ଟେସନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଭଦ୍ରକ ଆରପିଏଫ ପୋଲିସ ଗୁରୁତର ଅବସ୍ଥାରେ ଷ୍ଟାଫ୍ ନର୍ସଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଳରେ ଭର୍ତ୍ତି କରିଥିଲେ । ତାଙ୍କୁ ଦୀର୍ଘ ଦିନ ହେବ ମେଡିକାଲର କେତେକ ଷ୍ଟାଫ୍ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ମେଡିକାଲର କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ଷ୍ଟାଫ୍ ନର୍ସଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଭଦ୍ରକ ସିଡିଏମଓ।